ଶବ୍ଦାବଳୀ
— ଅ —
ଅପମାନ : କଳୁଷିତ।
ଅବ୍ରାମ : ଅର୍ଥ “ମହାପିତା”
ଅବ୍ରହାମ: ଅର୍ଥ “ବହୁଲୋକର ପିତା”
ଅଭିଯୋଗ ସଦୋମ ଓ ଗମୋରାର ଲୋକମାନଙ୍କର ଆର୍ତ୍ତନାଦ ମୁଁ ଶୁଣିଲି।
ଅଶୂରୀୟ ଓରଫ ଅଶାରୀୟ।
ଅରାମୀୟ ପ୍ରାଚୀନ ସିରିଆର ଜଣେ ବ୍ୟକ୍ତି। ଏଠାରେ ସେ ଜଣକ ଅବ୍ରହାମ, ଇ‌ସ୍‌ହାକ କିମ୍ବା ସମ୍ଭବତଃ ଯାକୁବ (ଇସ୍ରାଏଲ) ହୋଇପାରନ୍ତି।
ଅୟ ଏହି ନାମର ଅର୍ଥ “ଧ୍ୱଂସ” ଅଟେ।
ଅନାକୀୟ ଅନାକର ବଂଶଧର। ସେମାନେ ଲମ୍ବା ଓ ଶକ୍ତିଶାଳୀ ଯୋଦ୍ଧା ବଂଶ ଭାବରେ ପ୍ରସିଦ୍ଧ।
ଅଷ୍ଟାରୋତ୍ କିଣାନୀୟ ଲୋକମାନେ ବିଶ୍ୱାସ କରୁଥିଲେ ଏହି ମିଥ୍ୟା ଦେବୀ ଲୋକମାନଙ୍କୁ ସନ୍ତାନ ଦେବାର ଶକ୍ତି ଥିଲା। ସେ ସେମାନଙ୍କର ପ୍ରେମ ଓ ଯୁଦ୍ଧର ଦେବୀ ଥିଲେ।
ଅରାମ-ନହରୟିମ ଉତ୍ତର ସିରିଆର ଟାଇଗ୍ରିସ୍ ଓ ଫରାତ୍ ନଦୀ ଥିବା ଏକ ଅଞ୍ଚଳ।
ଅମାବାସ୍ୟାର ଭୋଜି ଯିହୂଦୀମାନଙ୍କର ପ୍ରଥମ ମାସ। ବିଶ୍ରାମ ଓ ଉପାସନା ନିମନ୍ତେ ବିଶେଷ ଦିନ। ଲୋକମାନେ ମଙ୍ଗଳାର୍ଥକ ନୈବେଦ୍ୟ ସକାଶେ ଏକତ୍ରିତ ହୁଅନ୍ତି, ଯେପରି ଲେବୀ 7:16-21ରେ ବର୍ଣ୍ଣନା କରାଯାଇଅଛି।
ଅସ୍କିଲୋନ ପାଞ୍ଚୋଟି ପଲେଷ୍ଟୀୟ ନଗରୀ ମଧ୍ୟରୁ ଗୋଟିଏ।
ଅମ୍ମୋନୀୟ କେତେକ ପ୍ରାଚୀନ ଗ୍ରୀ‌‌କ୍‌‌‌ରେ ଅନୁବାଦ ହୋଇଛି “ଅମ୍ମୋନୀୟ” ହିବ୍ରୁରେ “ଅମ୍ନୋନ୍” ଅଛି।
ଅରାମୀୟ ଏହା ବାବିଲ ସାମ୍ରାଜ୍ୟର ଏକ ରାଷ୍ଟ୍ର ଭାଷା।
ଅମ୍ନୀ ଏହି ନାମ ହିବ୍ରୁ ଅର୍ଥରେ “ଆମ୍ଭର ଲୋକ।”
ଅବସ୍ତୁ ଏହା ଏକ ସ୍ଥାନର ନାମ, ଏହାର ଅର୍ଥ କିଛି ନୁହେଁ।
ଅମ୍ରି ଇସ୍ରାଏଲର ରାଜା ଭଣ୍ଡ ଦେବତାମାନଙ୍କୁ ପୂଜା କରିବା ପାଇଁ ଆପଣା ରାଷ୍ଟ୍ରକୁ ନେତୃତ୍ୱ କଲେ।
ଅଭିଷେକାର୍ଥକ ତୈଳ କୌଣସି ଦ୍ରବ୍ୟ ବା ବ୍ୟକ୍ତି ଉପରେ ଢଳା ଯାଇଥିବା ଶୁଦ୍ଧ ଜୀତ ତୈଳ ଯାହା ଦର୍ଶାଏ, ସେମାନେ ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟ ପାଇଁ ମନୋନୀତ ହୋଇଛନ୍ତି।
ଅଜାଦେଲ ଅର୍ଥାତ୍ “ବଳି ନିମନ୍ତେ ଉଦ୍ଧିଷ୍ଟ ଛାଗ।” ଏହି ଶବ୍ଦର ଅର୍ଥ ବା ନାମ ଜଣା ନାହିଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କ ପାପ ବହନ କରିବା ପାଇଁ ନେଉଥିବା ଛାଗ।
ଅନାକର ଏହି ଲୋକମାନେ ଦୀର୍ଘକାୟ ଓ ଶକ୍ତିଶାଳୀ ଯୋଦ୍ଧା ଭାବରେ ପ୍ରସିଦ୍ଧ।
ଅମାବାସ୍ୟା ଯିହୂଦୀୟ ମାସର ପ୍ରଥମ ଦିନ। ଏହା ଉପାସନା କରିବାର ଏକ ବିଶେଷ ଦିନ।
— ଆ —
ଆଶେର ଏହାର ଅର୍ଥ “ଆନନ୍ଦ।”
ଆବେଲ-ମିଶର ଏହାର ଅର୍ଥ “ମିଶ୍ରୀୟମାନଙ୍କ ଶୋକ ସମୟ।”
ଆଦମ ସେ ତାହାର ପିତା ହେଲେ, ଯାହାକି ତାଙ୍କର ପ୍ରତିରୂପ ସହିତ ମିଶୁଥିଲା।
ଆରାରାଟ ପୂର୍ବ ତୁର୍କୀର ଏକ ପ୍ରଦେଶ।
ଆଶେରା ଏହି ନାମର ଅର୍ଥ ପ୍ରସନ୍ନ ଯାହା ଈଶ୍ୱରଙ୍କର କୃପାର ପାତ୍ର ଅଟେ।
ଆବୀବ୍ ମାସ ଅର୍ଥାତ୍ “ବସନ୍ତ ମାସ” ତାହ ନିଶାନ୍ ଅଟେ। ଏହା ମାର୍ଚ୍ଚ-ଏପ୍ରିଲ ମାସ।
ଆବୀବ୍ ଏହି ଶବ୍ଦର ଅର୍ଥ “ଯୁବା ଶସ୍ୟଦାନା”। ଏହା ଯିହୂଦୀ ପଞ୍ଜିକାର ପ୍ରଥମ ମାସ ଏହାକୁ ନିଶାନ୍ ମଧ୍ୟ କୁହାଯାଏ। ଏହା ଇଂରାଜୀ ମାସ ମାର୍ଚ୍ଚ-ଏପ୍ରିଲ୍ ଅଟେ।
ଆଶେରା ଏହି ନାମର ଅର୍ଥ “ଆଶୀର୍ବାଦ ପ୍ରାପ୍ତ” ବା “ସୁଖି”।
ଆଖୋର ଏହି ନାମର ଅର୍ଥ “ସମସ୍ୟା”
ଆମେନ୍ ହିବ୍ରୁ ବାକ୍ୟର ଅର୍ଥ “ପ୍ରକୃତରେ”, “ତାହା ହିଁ ହେଉ” ଏହା ଦେଖାଯାଏ ଯେ ଜଣେ ବ୍ୟକ୍ତି ଯାହା କହିଥାଏ, ତାହା ସହ ରାଜି ହୋଇଥାଏ।
ଆହିସ୍ ଯିହୂଦାର ଜଣେ ରାଜା। ସେ ଖ୍ରୀ.ପୂ. 735-727 ପର୍ଯ୍ୟନ୍ତ ଶାସନ କଲା।
ଆଶେରା ସ୍ତମ୍ଭ ଆଶେରା ଦେବୀଙ୍କୁ ସମ୍ମାନ ଦେବା ପାଇଁ ବ୍ୟବହୃତ ହେଉଥିଲା। ଲୋକମାନେ ଭାବୁଥିଲେ ବହୁ ସନ୍ତାନ ପାଇବାରେ ଆଶେରା ଦେବୀ ସାହାଯ୍ୟ କରନ୍ତି।
— ଇ —
ଇଶ୍ମାୟେଲ : ଏହାର ଅର୍ଥ “ପରମେଶ୍ୱର ଶୁଣନ୍ତି।”
ଇ‌ସ୍‌ହାକ ଏହି ନାମର ଅର୍ଥ ହେଉଛି, ‘ସେ ହସନ୍ତି’ କିମ୍ବା “ସେ ଖୁସୀ ଅଟେ।”
ଇଷାଖର ଏହାର ଅର୍ଥ ହେଉଛି “ବର୍ତ୍ତନ।”
ଇଫ୍ରୟିମ ଏହାର ଅର୍ଥ “ଦୁଇଥର ଫଳବାନ।”
ଇସ୍ରାଏଲ ଏହି ନାମର ଅର୍ଥ ହୋଇପାରେ, “ସେ ପରମେଶ୍ୱରଙ୍କ ପାଇଁ ଯୁଦ୍ଧ କରେ”, “ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କରେ” କିମ୍ବା “ପରମେଶ୍ୱର ଯୁଦ୍ଧ କରନ୍ତି।”
ଇଦୋମ ଇଦୋମ ନାମର ଅର୍ଥ ଲାଲ ଅଟେ।
ଇ‌ସ୍‌ହାକର ଭୟ ପରମେଶ୍ୱରଙ୍କ ଅନ୍ୟ ଏକ ନାମ, ଏଥିରୁ ଜଣାପଡ଼େ ପରମେଶ୍ୱର କେତେ ଶକ୍ତିଶାଳୀ।
ଇମ୍ମାନୁୟେଲ ଏହି ନାମର ଅର୍ଥ ହେଉଛି, ଆମ୍ଭମାନଙ୍କ ସହିତ ପରମେଶ୍ୱର ଅଛନ୍ତି।
ଇଲୀୟେଷର ଏହି ନାମର ଅର୍ଥ “ମୋର ପରମେଶ୍ୱର ସାହାଯ୍ୟ କରନ୍ତି।”
ଇଷ୍କୋଲ ଏହା ଏକ ଏବ୍ରୀୟ ନାମ ଯାହାର ଅର୍ଥ “ପେନ୍ଥାଏ ଅଙ୍ଗୁର।”
ଇଦୋମ ଏହି ଭୂମି ଇସ୍ରାଏଲର ଉତ୍ତର ପୂର୍ବରେ ଅବସ୍ଥିତ।
ଇଫ୍ରୟିମ୍ ଯୋଷେଫଙ୍କର କନିଷ୍ଠ ପୁତ୍ର (ଆଦି 41:50-52) ଇଫ୍ରୟିମଙ୍କର ପରିବାର ଇସ୍ରାଏଲ ପରିବାରବର୍ଗରେ ହୋଇଗଲେ।
— ଉ —
ଉଷିୟ ଯିହୂଦାର ଜଣେ ରାଜା। ସେ ଖ୍ରୀ.ପୂ. 767-740 ପର୍ଯ୍ୟନ୍ତ ଶାସନ କଲେ।
ଉଚ୍ଚସ୍ଥାନ ପରମେଶ୍ୱରଙ୍କୁ ଅଥବା ଭଣ୍ଡ ଦେବତାମାନଙ୍କୁ ପୂଜା କରିବା ସ୍ଥାନ। ସାଧାରଣତଃ ଏହି ସ୍ଥାନଗୁଡ଼ିକ ପାହାଡ଼ ପର୍ବତରେ ଥାଏ।
ଊରୀମ୍ ଓ ତୁମ୍ମୀମ୍ ପ୍ରଶ୍ନଗୁଡ଼ିକର ପରମେଶ୍ୱରଙ୍କଠାରୁ ଉତ୍ତର ଜାଣିବା ପାଇଁ ଯାଜକମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିଲା। ସମ୍ଭବତଃ ସେଗୁଡ଼ିକ ଲୋଟା, ଗୋଟି, କାଠି କିମ୍ବା ହାତଗୁଡ଼ିକ ଯାହାସବୁ ପଶାକାଠି ପରି ଫୋପଡ଼ା ଯାଉଥିଲା।
— ଏ —
ଏଷୌ ଅର୍ଥ “ଲୋମବ୍ୟାପ୍ତ”
ଏଷକ ଏହାର ଅର୍ଥ ହେଉଛି “ବିବାଦ କମ୍ବା ଲଢ଼େଇ କରିବା।”
ଏଲ ଇସ୍ରାଏଲର ପରମେଶ୍ୱର ହିବ୍ରୁରେ ତାହା “ଏଲ-ଇଲୋହ-ଇସ୍ରାଏଲ।”
ଏଲ୍-ବୈଥେଲ୍ ଅର୍ଥ “ବୈଥେଲର ପରମେଶ୍ୱର।”
ଏଲପାରଣ ପ୍ରାୟତଃ ଏଲଥ ନଗର ଯିଏକି ଲୋହିତ ସାଗର ପାଖରେ ଇସ୍ରାଏଲର ଦକ୍ଷିଣରେ ଅବସ୍ଥିତ ସୀଦ୍ଦୀମ ପଦାରେ।
ଏବ୍ରୀୟ ଅର୍ଥାତ୍ “ଇସ୍ରାଏଲୀୟ” ଏହି ନାମର ଅର୍ଥ ମଧ୍ୟ “ଏବରର ବଂଶଧର” ଅର୍ଥାତ୍ ଫରାତ୍ ନଦୀର ପଶ୍ଚିମସ୍ଥ ଲୋକମାନେ।
ଏସୋବ୍ ପାଖାପାଖି ତିନିଫୁଟ ଲମ୍ବ ବିଶିଷ୍ଟ ଡେମ୍ଫ ଥିବା ବୃକ୍ଷ। ପତ୍ରଗୁଡ଼ିକ ଓ ଶାଖାଗୁଡ଼ିକ କେଶ ପରି, ତେଣୁ ସେଗୁଡ଼ିକ ତୁଳି ପରି ବ୍ୟବହାର କରାଯାଇ ପାରୁଥିଲା।
ଏ କ’ଣ ହିବ୍ରୁ ଏହା”ମାନ୍ନା” ଶବ୍ଦ ପରି।
ଏଫୋଦ ଯାଜକମାନଙ୍କ ଦ୍ୱାରା ପରିଧାନ କରାଯାଉଥିବା ଏକ ବିଶେଷ ପୋଷାକ। ଦେଖନ୍ତୁ 28:6-14
ଏସୋବ ପବିତ୍ର କରଣାର୍ଥେ ଉତ୍ସବରେ ବଳି କିମ୍ବା ରକ୍ତ ଛିଞ୍ଚିବା ପାଇଁ ବ୍ୟବହୃତ ଶୁଦ୍ଧ ଶାଖା ଓ ପତ୍ରଯୁକ୍ତ ବୃକ୍ଷ।
ଏଲ୍-ବେରୀତ ଏହି ଦେବତାର ନାମର ଅର୍ଥ “ପରମେଶ୍ୱରଙ୍କର ଚୁକ୍ତି।”
— ଐ —
ଐନ-ହ‌‌‌କ୍‌‌‌କୋରୀ ତା’ର ଦ୍ୱାରା ଡକା ହୋଇଥିବ।
— କ —
କର୍ମିଲ ପର୍ବତ ଏହି ନାମର ଅର୍ଥ, “ପରମେଶ୍ୱରଙ୍କ ଦ୍ରାକ୍ଷାଲତା।” ବହୁତ ନଗରଗୁଡ଼ିକ ଓ ଇସ୍ରାଏଲ ଉତ୍ତର ପଟରେ ଅବସ୍ଥିତ ପର୍ବତର ନାମ।
କମୋଶ କମୋଶ ମୋୟାବୀୟ ଲୋକମାନଙ୍କର ଦେବତା।
କଲଦୀୟମାନଙ୍କ ଦକ୍ଷିଣ ବାବିଲର ଉରୁ ନଗର ହୋଇପାରେ।
କରେଥୀୟ ଅର୍ଥାତ୍ “କ୍ରିଥର ଲୋକମାନେ” ସମ୍ଭବତଃ ପଲେଷ୍ଟୀୟମାନେ ଅଟନ୍ତି। କିନ୍ତୁ ଦାଉଦଙ୍କର କେତେକ ସର୍ବୋତ୍ତମ ସୈନ୍ୟ କରେଥୀୟ ଥିଲେ।
କରେଥୀୟ ଓ ପରେଥୀୟ ଏମାନେ ଦାଉଦଙ୍କର ବିଶେଷ ଅଙ୍ଗ ରକ୍ଷକ। ଏକ ପ୍ରାଚୀନ ଅରାମୀୟ ଅନୁବାଦରେ “ଧନୁ ତୀର ଓ ବାଟଳିରେ ତାଲିମପ୍ରାପ୍ତ।
କାଦେଶ ମରୁଭୂମି ସିରିଆରେ ଏକ ମରୁଭୂମି, ଏହାର ଅର୍ଥ ମଧ୍ୟ ହୋଇପାରେ “ପବିତ୍ର ମରୁଭୂମି।”
କାଢ଼ିନେବା ସାବୁନ ପରି ଏକ ରାସାୟନିକ ପଦାର୍ଥ ବ୍ୟବହାର କଲେ।
କିରୁବ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଥିବା ଦୂତ ଏହାର ମୂର୍ତ୍ତି ସିନ୍ଦୁକ ଉପରେ ଥିଲା।
କୟିନ ଏହି ହିବ୍ରୁ ଶବ୍ଦ ଅର୍ଥ ପମି ଯାହାର ଅର୍ଥ ତିଆରି କରିବା ବା ପାଇବା।
କିଣାନ ହାମର ପୁତ୍ର, ପଲେଷ୍ଟୀୟ, ଲିବାନୋନ୍ ଓ ସୁର ସମୁଦ୍ର ତଟରେ ରହୁଥିଲେ। ପରମେଶ୍ୱର ଏହି ସ୍ଥାନକୁ ଇସ୍ରାଏଲୀୟମାନଙ୍କୁ ଦେଲେ।
କିମୋଶ ମୋୟାବ ଦେଶୀୟମାନଙ୍କର ଜାତୀୟ ଦେବତା, ଏପରିକି ଯଦିଓ ମିଲକମ୍ ଅମ୍ନୋନୀୟ ଲୋକମାନଙ୍କର ଦେବତା ଥିଲେ।
କିରୁବ ଦୂତଗଣ ପରମେଶ୍ୱରଙ୍କର ବିଶେଷ ଦୂତଗଣ। ନିୟମ ସିନ୍ଦୁକ ଉପରେ ଏହି ଦୂତଗଣଙ୍କର ଚିତ୍ର ଥାଏ।
କୁଷ୍ଠରୋଗ ଫିମ୍ପି, ଶିଉଳି ଏବଂ ମନ୍ଦ ଚର୍ମରୋଗ ପାଇଁ ଏହା ଏବ୍ରୀୟ ଶବ୍ଦ। ଏଗୁଡ଼ିକ କୁଷ୍ଠରୋଗ ବୋଲି ଗଣନା କରାଯାଏ ନାହିଁ।
କୁମ୍ପା ଦ୍ରାକ୍ଷାରସ ରଖିବା ନିମନ୍ତେ ପଶୁଚର୍ମରେ ନିର୍ମିତ ଥଳି।
— ଖ —
ଖୋଲିଲ ପରଦା ଖୋଲିଲେ।
— ଗ —
ଗୋମେଦକମଣି : ବହୁତ ନିଜ ଏବଂ ଧୂସର ଥାକ ଥିବା ମୂଲ୍ୟବାନ୍ ପ୍ରସ୍ତର।
ଗିଲି-ୟଦ ଗିଲିୟଦ ଅନ୍ୟ ଏକ ନାମ। ଏହି ହିବ୍ରୁ ନାମର ଅର୍ଥ “ଚୁକ୍ତିର ପଥର ଗଦା।”
ଗୋଫର କାଠ ଏକ ପ୍ରକାର ଗଛର କାଠ।
ଗାଦ୍ ଏହି ନାମର ଅର୍ଥ ଭାଗ୍ୟଶାଳି ବା ସେନା ଅଟେ।
ଗୁଗ୍ଳୁଳ ଔଷଧିୟ ଗୁନ୍ଦୁ ବୃକ୍ଷ।
ଗେର୍ଶୋମ୍ ଏହା ଏବ୍ରୀୟ ଶବ୍ଦ ପରି ଯାହାର ଅର୍ଥ “ସେଠାରେ ଜଣେ ଆଗନ୍ତୁକ।”
ଗିବିୟା, ରାମା ଯିହୂଦା ଉପରିସ୍ଥ ପର୍ବତ ଇସ୍ରାଏଲର ସୀମାନ୍ତ ପ୍ରଦେଶ।
ଗି‌ଲ୍‌ଗଲ୍ ଇସ୍ରାଏଲର ଏକ ନଗର। ସେଠାରେ ଭଣ୍ଡ ଦେବତାମାନଙ୍କୁ ପୂଜା କରୁଥିବା ଲୋକମାନେ।
ଗିତ୍ତୀୟ ଓ ବେଦ-ଇଦୋମ ଯିରୁଶାଲମ ନିକଟରେ ବାସ କରୁଥିବା ଲେବୀ ଗୋଷ୍ଠୀର ଜଣେ ବ୍ୟକ୍ତି।
ଗୁଣିଆ ଜଣେ ବ୍ୟକ୍ତି ଯିଏ ଯାଦୁବିଦ୍ୟା ଦେଖାଇବା ପାଇଁ ମନ୍ଦ ଆତ୍ମାର ବ୍ୟବହାର କରେ।
ଗି‌ଲ୍‌ଗଲ୍ ଏହି ନାମର ଏବ୍ରୀୟ ଶବ୍ଦ ପରି ଯାହାର ଅର୍ଥ “ଗଡ଼ି ଗଡ଼ି ଯିବା।”
ଗରିଷୀମ ପର୍ବତ ଏହି ପର୍ବତ ଶିଖିମ୍ ନଗରର ପାର୍ଶ୍ୱରେ ଅବସ୍ଥିତ।
— ଘ —
ଘେନି ରାତା ଭଣ୍ଡ ଦେବତା। ଏହି ନାମର ଅର୍ଥ ହିବ୍ରୁ ଶବ୍ଦ ପରି “ରାଜା।”
— ଚ
ଚର୍ମରୋଗ ଆକ୍ଷରିକ ଭାବରେ କୁଷ୍ଠରୋଗ” ଏବ୍ରୀୟ ଶବ୍ଦରେ ବିଭିନ୍ନ ପ୍ରକାର ଚର୍ମରୋଗ ହୋଇପାରିବ।
— ଛ —
ଛୁଟିଦିନ ଏହା ସମ୍ଭବତଃ ବିଶ୍ରାମ ଦିନ।
— ଜ —
ଜ୍ୟେଷ୍ଠ ଅଧିକାର ବାପା ମରିବା ପରେ ପ୍ରଥମ ପୁତ୍ର ପିତା ଅଧିକାରର ଅଧିକ ପାଇଥାଏ। ପରିବାରକୁ ସଂରକ୍ଷଣ ବଡ଼ପୁଅ ଦେଉଥିଲା।
ଜୀବନଦାୟକ ବୃକ୍ଷ ଯେଉଁ ବୃକ୍ଷର ଫଳ ଲୋକମାନଙ୍କୁ ଚିରଦିନ ବଞ୍ଚିବାକୁ ଶକ୍ତି ଦିଏ। ଦେଖନ୍ତୁ ଆଦି 3:22 ଏବଂ ପ୍ରକାଶିତ 22:1-21
— ତ —
ତାଡ଼ିଶୂନ୍ୟ ରୋଟୀର ପର୍ବ ନିସ୍ତାର ପର୍ବ ଓ ଏହା ସପ୍ତାହ ଧରି ଚାଲୁ ରଖିବ। ଲୋକମାନେ ତାଡ଼ିଶୂନ୍ୟ ରୋଟୀ ଖାଇଲେ (ବିନା ଖମୀର ଦ୍ୱାରା ତିଆରି କରାଯାଇଥିବା ରୋଟୀ)। ପରମେଶ୍ୱର ସେମାନଙ୍କୁ ଇସ୍ରାଏଲରୁ ମିଶର ପର୍ଯ୍ୟନ୍ତ ପଥ ପ୍ରଦର୍ଶନ କଲେ ଓ ସେହି ସମୟ ସ୍ମରଣ କରିବାକୁ ସାହାଯ୍ୟ କଲେ। ଲୋକମାନଙ୍କର ସମୟ ନ ଥିବାରୁ ସେମାନେ ଜାଗ୍ରତ ହେବାକୁ ରୋଟୀ ପାଇଁ ଅପେକ୍ଷା କରିପାରି ନ ଥିଲେ। କାରଣ ସେମାନେ ବହୁତ ବ୍ୟଗ୍ର ଥିଲେ।
ତାଙ୍କ ସାଦୃଶ୍ୟ ସେ ତାଙ୍କୁ ପରମେଶ୍ୱରଙ୍କ ସଦୃଶ ସୃଷ୍ଟି କଲେ। ଆଦି ପୁସ୍ତକ 1:2-3
ତିରିଶ୍ ଜଣ ବୀର ଏହି ଲୋକମାନେ ଦାଉଦଙ୍କର ବିଖ୍ୟାତ ସୈନ୍ୟଦଳ।
— ଦ —
ଦୈତ୍ୟମାନେ ଆକ୍ଷରିକ ଭାବରେ “ନେଫଲିୟ, ଏହି ନାମର ଅର୍ଥ “ଲୋକମାନେ ଯେଉଁମାନେ ପତିତ ହୋଇଛନ୍ତି।” ପରେ ଏହିସବୁ ନେଫଲିୟଗଣ ଯୋଦ୍ଧାମାନଙ୍କର ବିରାଟ ପରିବାର ଥିଲେ। ଦେଖନ୍ତୁ (ଗଣନା 13:32-33)।
ଦାନ୍ ଏହା ବାକ୍ୟ ପରି ଅର୍ଥ, “ସେ ସ୍ଥିର କଲେ କିମ୍ବା ସେ ନ୍ୟାୟ କଲେ।”
ଦୋଦାନିମ୍ ଇଦୋମର ଲୋକମାନେ ହୋଇପାରନ୍ତି।
ଦକ୍ଷିଣ ଦିଗକୁ ଦକ୍ଷିଣ ନଗରକୁ।
ଦାଣ୍ଡରେ ନଗରର ଘର ସାମ୍ନାରେ ଥିବା ରାସ୍ତା।
ଦୁଦାଫଳ ହିବ୍ରୁ ଭାଷାରେ ଅର୍ଥ ପ୍ରେମ ଫୁଲ।
ଦର୍ଶନର ଉପତ୍ୟକା ଏହାର ଅର୍ଥ ସମ୍ଭବତଃ ଉପତ୍ୟକା ଯିରୁଶାଲମ ନିକଟସ୍ଥ।
ଦ୍ରାକ୍ଷାକୁଣ୍ଡ ଦ୍ରାକ୍ଷାରସ ବାହାର କରିବା ପାଇଁ ଉଦ୍ଧିଷ୍ଟ ଏକ ସ୍ଥାନ। ଏକ ବଡ଼ ପଥରରେ ଗୋଟିଏ ଗର୍ତ୍ତ କରାଯାଇଥିଲା।
ଦାଗୋନ୍ ଏହି ଦେବତା ସେମାନଙ୍କୁ ଭଲ ଫସଲ ଦେବ ବୋଲି ଆଶା କରି କିଣାନୀୟ ଲୋକମାନେ ଏହି ଭଣ୍ଡ ଦାଗୋନ୍ ଦେବତାର ପୂଜା କରୁଥିଲେ। ଏହା ପଲେଷ୍ଟୀୟମାନଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦେବତା ଅଟେ।
ଦାଉଦ ନଗର ଯିରୁଶାଲମ ନଗରର ଦକ୍ଷିଣ ପୂର୍ବର ପୁରାତନ ଅଂଶ।
ଦର୍ଶକ ଏକ ପ୍ରକାର ଭବିଷ୍ୟ‌ଦ୍‌ବକ୍ତା, ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ନିମନ୍ତେ କହେ। ଏହା ବାକ୍ୟ ଦେଖାଯାଏ ଯେ ଭବିଷ୍ୟ‌ଦ୍‌ବକ୍ତା ଦର୍ଶନରେ ଦେଖିଥାନ୍ତି।
ଦର୍ଶନ ଏକ ସ୍ୱପ୍ନ ପରି। ପରମେଶ୍ୱର ନିଜର ବିଶେଷ ଭକ୍ତଙ୍କୁ ଅନେକ ଦର୍ଶନ ଦେଖିବା ପାଇଁ ଓ ଶୁଣିବା ପାଇଁ ଶକ୍ତି ଦେଇ ନିଜର ବାର୍ତ୍ତା ଦେଲେ।
ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ସେହି ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ଉପରେ ପରମେଶ୍ୱର ଯେଉଁ ଦଶ ଆଜ୍ଞା ଲେଖିଲେ।
— ନ —
ନୋହ ଏହି ନାମର ଅର୍ଥ ସାନ୍ତ୍ୱନା।
ନେପୋଲିୟନ ପରେ ଶୁଷା ସମୟରେ ନେପୋଲିୟ ଏକ ଯୋଦ୍ଧା ପରିବାର ଥିଲା।
ନପ୍ତାଲି ଏହି ନାମର ଅର୍ଥ ମୋର ସଂଘର୍ଷ।
ନାଖୁତ୍ ଏହି ନାମର ଅର୍ଥ ଶୋକ ବୃକ୍ଷ।
ନିସ୍ତାରପର୍ବ ଏବ୍ରୀୟ ଶବ୍ଦର ଅର୍ଥ “ବାଦ୍ ଦେବା, ଉପେକ୍ଷା କରିବା” ଅର୍ଥାତ୍ “ରକ୍ଷା କରିବା।”
ନୟମୀ ହିବ୍ରୁ ଅର୍ଥ “ଆନନ୍ଦ”
ନାବଲ ଏହି ନାମର ଅର୍ଥ “ବୋକାମି”।
ନବୋ ମୋୟାବ ଦେଶରେ ଏକ ନଗର ଏବଂ ଭଣ୍ଡ ଦେବତାର ନାମ।
ନୀନିବୀ ଅଶୂରର ରାଜଧାନୀ। ଅଶୂର ସୈନ୍ୟମାନେ ଉତ୍ତର ଇସ୍ରାଏଲକୁ ଖ୍ରୀ.ପୂ. 723-721ରେ ଧ୍ୱଂସ କଲେ।
ନଳାକାର ପୁସ୍ତକ ଲମ୍ବା ଚମଡ଼ା କିମ୍ବା କାଗଜ ଯାହା ପୁସ୍ତକଗୁଡ଼ିକ, ଅକ୍ଷରଗୁଡ଼ିକ ଓ ଅନ୍ୟାନ୍ୟ ନଥିପତ୍ର ଲେଖିବା ସକାଶେ ବ୍ୟବହାର ହୁଏ।
ନାସରୀୟ ଜଣେ ବ୍ୟକ୍ତି ଯିଏ ପରମେଶ୍ୱରଙ୍କ ନିକଟରେ ବିଶେଷ ପ୍ରତିଜ୍ଞା କରିଛି। ଏହା ଏକ ଏବ୍ରୀୟ ନାମ ଯାହାର ଅର୍ଥ “ଅଲଗା ହେବା”।
ନେଫଲିମ୍ ଲମ୍ବା ଓ ଶକ୍ତିଶାଳି ଯୋଦ୍ଧାମାନଙ୍କର ଗୋଟିଏ ପ୍ରସିଦ୍ଧ ବଂଶ।
ନୋଫର ଓ ତଫ‌‌‌ନ୍‌ହେଷର ମିଶରର ଦୁଇଟି ନଗର।
ନିୟମ ସିନ୍ଦୁକ ଦଶ ଆଜ୍ଞା ଲେଖା ହୋଇଥିବା ପ୍ରସ୍ତର ଫଳକକୁ ଓ ଅନ୍ୟସବୁ ଧାରଣ କରିଥିବା ସିନ୍ଦୁକ ଯାହା ପ୍ରମାଣ କରେ ଯେ, ସୀନୟ ମରୁଭୂମିରେ ଭ୍ରମଣ ସମୟରେ ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ସହିତ ଥିଲେ।
ନିରାପତ୍ତାର ନଗର ଏକ ବିଶେଷ ନଗର ଯେଉଁଠାରେ ଇସ୍ରାଏଲୀୟମାନେ ଦୌଡ଼ି ଯାଇ ଓ କ୍ରୋଧି ସମ୍ପର୍କୀୟଠାରୁ ଯଦି ସେ ଅପ୍ରତ୍ୟାଶିତ ଭାବରେ କେହି ଜଣକୁ ଆଘାତରୁ ରକ୍ଷା କରେ। ଦେଖନ୍ତୁ ଯିହୋଶୂୟ 20:1-2
ନିସ୍ତାର ପର୍ବ ଯିହୂଦୀୟମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଛୁଟିଦିନ। ପରମେଶ୍ୱର ସେମାନଙ୍କୁ ମିଶରର ଦାସତ୍ୱ ପ୍ରଥାରୁ ଉଦ୍ଧାର କରିଛି ବୋଲି ସେମାନେ ମୋଶାଙ୍କ ସମୟରେ ପ୍ରତିବର୍ଷ ଏହି ଦିନରେ ବିଶେଷ ଭୋଜିର ଆଯୋଜନ ସ୍ମରଣ କରିଥିଲେ।
ନିୟମ ସିନ୍ଦୁକ ଅର୍ଥାତ୍ ପ୍ରସ୍ତର ଫଳକରେ ଲିଖିତ ଦଶାଜ୍ଞା ଓ ଅନ୍ୟ ଧାରଣ କରିଥିବା ସିନ୍ଦୁକ ଯାହା ପ୍ରମାଣ କରେ ଯେ, ଇସ୍ରାଏଲ ଲୋକମାନଙ୍କର ସୀନୟ ମରୁଭୂମିରେ ଭ୍ରମଣ ସମୟରେ ପରମେଶ୍ୱର ସେମାନଙ୍କ ସହିତ ଥିଲେ।
ନେଗେଲ ଯିହୂଦା ଦକ୍ଷିଣସ୍ଥ ମରୁଭୂମି।
— ପ —
ପନୂୟେଲ ଅର୍ଥ “ପରମେଶ୍ୱରଙ୍କ ମୁଖ”
ପେରସ୍ ଏହି ନାମର ଅର୍ଥ ହେଉଛି, “ଭେଦ କରିବା।”
ପ୍ରଧାନ …. ଥିଲା ଆକ୍ଷରିକ ଭାବରେ ଯୋଷେଫ ଅନୁକୂଳ ବ୍ୟାଖ୍ୟା ଅନ୍ୟମାନଙ୍କର ସ୍ୱପ୍ନକୁ ଦେଲା।
ପେଲଗ୍ ଏହି ନାମର ଅର୍ଥ ବିଭାଜନ।
ପ୍ରାନ୍ତର ଏ ଦେଶମ ଦେଶର ପାହାଡ଼ ଶ୍ରେଣୀୟ ସ୍ଥାନ।
ପରମେଶ୍ୱର ଦୟାକର ହିବ୍ରୁ ନାମ “ସାମନ୍ତ ବା ପରମେଶ୍ୱର ପାଇଁ।
ପାପାର୍ଥକ ନୈବେଦ୍ୟ ପାପମୋଚନ ପାଇଁ ଦିଆଯାଉଥିବା ବଳି।
ପବିତ୍ର ତମ୍ବୁ ଅର୍ଥାତ୍ “ମଣ୍ଡପ” ଯେଉଁ ତମ୍ବୁରେ ପରମେଶ୍ୱର ତାଙ୍କର ଲୋକମାନଙ୍କ ସହିତ ବାସ କରିବା ପାଇଁ ଆସିଥିଲେ। ଏହାକୁ ବେଳେବେଳେ “ସମାଗମ ତମ୍ବୁ” ବୋଲି ମଧ୍ୟ କୁହାଯାଉଥିଲା।
ପ୍ରାୟଶ୍ଚିତ୍ତ ଏବ୍ରୀୟ ଶବ୍ଦ ଅର୍ଥ “ଆଚ୍ଛାଦନ କରିବା”, “ଲୁଚାଇବା” ଅର୍ଥାତ୍ “ପାପଗୁଡ଼ିକୁ ପୋଛି ଦେବା।”
ପ୍ରଥମ ମାସ ନିଶାନ, ଯିହୂଦୀୟ ପଞ୍ଜିକାର ପ୍ରଥମ ମାସ। ଏହା ମାର୍ଚ୍ଚ ଏପ୍ରିଲ ମାସ ଅଟେ।
ପ୍ରାୟଶ୍ଚିତ୍ତର ଦିନ ଏହାକୁ “ଯୁମ୍ କିପୁର” କୁହାଯାଏ। ଏହା ଯିହୂଦୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ବିଶ୍ରାମ ଦିନ। ଏହି ଦିନ ମହାଯାଜକ ମହାପବିତ୍ର ସ୍ଥାନକୁ ଯାଏ ଓ ଉତ୍ସବ ପାଳନ କରେ, ଯାହା ଲୋକମାନଙ୍କର ପାପଗୁଡ଼ିକର ପ୍ରାୟଶ୍ଚିତ୍ତ କରେ।
ପବିତ୍ର ସିନ୍ଦୁକ ଅର୍ଥାତ୍ ଦଶଟି ଆଜ୍ଞା ଲିଖିତ ପ୍ରସ୍ତର ଫଳକ ଏହି ସିନ୍ଦୁକରେ ଥିଲା। ଏବଂ ସୀନୟ ମରୁଭୂମିରେ ଥିବା ସମୟରେ ପ୍ରମାଣିତ ଯେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ସହିତ ଥିଲେ।
ପତ୍ରକୁଟୀର ପର୍ବ ସୁକ୍କୋତ ବୋଲି ମଧ୍ୟ କୁହାଯାଏ ଅର୍ଥାତ୍ “ପତ୍ରକୁଟୀର ଭୋଜି ଉତ୍ସବ।” ସେହି ସମୟରେ ପ୍ରାଚୀନ ଇସ୍ରାଏଲର ଯିହୂଦୀୟ ଲୋମାନେ ଯିରୁଶାଲମକୁ ଯାଉଥିଲେ ଏବଂ ତମ୍ବୁରେ ଏବଂ ଅସ୍ଥାୟୀ ତମ୍ବୁରେ ବାସ କରୁଥିଲେ ସୀନୟ ମରୁଭୂମିରେ ସମୟକୁ ମନେ ପକାଇବା ପାଇଁ।
ପରମେଶ୍ୱରଙ୍କ ଗୃହ ଏହାର ଅର୍ଥ ହୁଏତ “ପରମେଶ୍ୱରଙ୍କ ପରିବାର” (ଇସ୍ରାଏଲ) ଅଥବା ହୁଏତ ଏହା ପବିତ୍ର ତମ୍ବୁ ବା ମନ୍ଦିର ହୋଇପାରେ।
ପବିତ୍ର ଦ୍ୱାରବନ୍ଧ ଏହାର ଅର୍ଥ ଶିଲୋର ପବିତ୍ର ତମ୍ବୁ ହୋଇପାରେ, ଯେଉଁଠାରେ ଲୋକମାନେ ସଦାପ୍ରଭୁଙ୍କର ଉପାସନା କରୁଥିଲେ ଅର୍ଥାତ୍ ଏକ ପ୍ରକାଣ୍ଡ ଜାଗା ଯେଉଁଠାରେ ସେମାନେ ପବିତ୍ର ତମ୍ବୁ ସ୍ଥାପନ କରୁଥିଲେ।
ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନିୟମ ସିନ୍ଦୁକ ସୀନୟ ମରୁଭୂମି ସମୟ ବହୁତ କିଛି ଏହି ସିନ୍ଦୁକ ଭିତରେ ରହିଥାଏ।
ପୂର୍ବପୁରୁଷଗଣ ଆକ୍ଷରିକ ଭାବରେ “ଜନକ” ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତିର ପିତା, ଜେଜେବାପା ଏବଂ ସମସ୍ତ ଲୋକ ସେମାନଙ୍କର ବଂଶଧର।
ପବିତ୍ର ରୋଟୀ ଏହା ବିଶେଷ ରୋଟୀ ଥିଲା ଯାହା ପବିତ୍ର ତମ୍ବୁରେ ରଖାଯାଉଥିଲା। ଏହା ମଧ୍ୟ “ଦର୍ଶନୀୟ ରୋଟୀ” କିମ୍ବା “ଉପସ୍ଥିତିର ରୋଟୀ” କୁହାଯାଉଥିଲା। ଦେଖନ୍ତୁ ଲେବୀୟ 24:5-9
ପାନପାତ୍ର ବାହକ ଏହା ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା। ଏହି କର୍ମଚାରୀ ସର୍ବଦା ରାଜାଙ୍କ ସହିତ ସମ୍ପର୍କ ଥିଲା। ରାଜାଙ୍କୁ ଦ୍ରାକ୍ଷାରସ ଚାଖିବା ପାଇଁ ସମର୍ଥ ଦେଲେ ଯେ, ଜଣେ ମଧ୍ୟ ରାଜାଙ୍କୁ ବିଷ ଦେବା ପାଇଁ ଚେଷ୍ଟା କରି ନ ଥିଲେ।
ପରମେଶ୍ୱରଙ୍କ ସନ୍ତାନଗଣ ଏହାର ଅର୍ଥ ସମ୍ଭବତଃ ପରମେଶ୍ୱରଙ୍କ ଦୂତଗଣ ଯେଉଁମାନେ ଯାଜକଗଣ ପରି ପରମେଶ୍ୱରଙ୍କୁ ସ୍ୱର୍ଗରେ ଆରାଧନା କରୁଥିଲେ।
ପାଦପୀଠରେ ଏହାର ଅର୍ଥ ସମ୍ଭବତଃ ମନ୍ଦିର।
ପାତାଳ ଯେତେବେଳେ ସମସ୍ତ ଲୋକ ମୃତ୍ୟୁବରଣ କରନ୍ତି, ସେମାନେ ଏହି ସ୍ଥାନକୁ ଯାଆନ୍ତି। ସାଧାରଣତଃ ଏହାର ଅର୍ଥ କବରସ୍ଥାନ। କିନ୍ତୁ ଏହାର ଅର୍ଥ ହୋଇପାରିବ, ଯେଉଁ ସ୍ଥାନକୁ ଆମ୍ଭମାନଙ୍କର ଆତ୍ମା ଯାଏ।
ପିନ୍ଧି ଭସ୍ମରେ ବସିଲା ସେମାନେ ଦୁଃଖରେ ଥିଲେ ବୋଲି ଲୋକମାନେ ଏହା ଦେଖାଇ ଦେଲେ।
ପ୍ରହରୀଗଣ ଭବିଷ୍ୟ‌ଦ୍‌ବକ୍ତାଗଣ ନଗରର ପ୍ରାଚୀର ନିକଟରେ ଛିଡ଼ା ହୋଇଥିବା ପ୍ରହରୀ ପରି ଥିଲେ ଏବଂ ଦୂରରୁ ଆସୁଥିବା କଷ୍ଟ ପାଇଁ ସତର୍କ ଦୃଷ୍ଟି।
ପାପାର୍ଥକ ନୈବେଦ୍ୟ : ପାପମୋଚନ ପାଇଁ ଦିଆଯାଉଥିବା ବଳି।
ପେଲଗ୍ ଏହାର ଅର୍ଥ ହେଉଛି “ବିଭାଜନ।”
ପେରସ ଉଷ ଏହି ନାମର ଅର୍ଥ “ଉଷର ଦଣ୍ଡ।”
— ଫ
ଫରାତ୍ ଦୁଇଟି ବଡ଼ ନଦୀ ଯିଏ ବାବିଲ୍ ଓ ଅଶୂର ମଧ୍ୟ ଦେଇ ବହୁଛି।
ଫାରୋ ଏକ ଉପାଧି ମିଶରର ରାଜାଙ୍କ ପାଇଁ ଲୋକମାନେ ବ୍ୟବହାର କରନ୍ତି। ଏହି ଶବ୍ଦର ଅର୍ଥ “ବୃହତ ଗୃହ।”
— ବ —
ବେରହଲୟ-ରୋୟୀ : ଏହାର ଅର୍ଥ “ଦର୍ଶନାନ୍ତେ ଜୀବନ୍ତ କୂପ”
ବୈଥଲ ଏହାର ଅର୍ଥ ହେଉଛି “ପରମେଶ୍ୱରଙ୍କ ଗୃହ।”
ବିନୋନୀ ଏହାର ଅର୍ଥ ହେଉଛି “କଷ୍ଟଜାତ ପୁତ୍ର।”
ବିନ୍ୟାମୀନ ଏହାର ଅର୍ଥ ହେଉଛି, “ଦକ୍ଷିଣ ହସ୍ତର ପୁତ୍ର” (ଦକ୍ଷିଣ ହସ୍ତ ଶକତିର ଚିହ୍ନ) କିମ୍ବା ଆସ୍ତିକପୁତ୍ର।
ବଳପୂର୍ବକ ଅପହରଣ କରିଛନ୍ତି : ଆକ୍ଷରିକ ଭାବରେ ମୁଁ ଚୋରି ହୋଇ ଆସିଛି।
ବ୍ୟାପ୍ତ ଥିଲା ହିବ୍ରୁ ଭାଷାରେ ଏହାର ଅର୍ଥ “ଉପରେ ପଡ଼ିବା” କିମ୍ବା କ୍ଷିପ୍ର ଗତିରେ ଉପରୁ ତଳକୁ ଆସିବା। ଯେପରି ଗୋଟିଏ ପକ୍ଷୀ ତା’ର ଛୁଆକୁ ରକ୍ଷା କରିବା ପାଇଁ ତଳକୁ ଝାମ୍ପ ଦିଏ।
ବାୟୁମଣ୍ଡଳ ହିବ୍ରୁ ଅର୍ଥ ବିସ୍ତାର ମଣ୍ଡଳ
ବାବିଲ୍ ଅର୍ଥାତ୍ ସଂଭୂମିତ କରିବା।
ବଂଶଙ୍କୁ ଏକ ବ୍ୟକ୍ତିର ଭବିଷ୍ୟତ ବଂଶଧର।
ବେରଶେବା ଯିହୂଦା ମରୁଭୂମି ଏକ ନଗର। ଏହାର ଅର୍ଥ ଶପଥର କୂପ।
ବଣିକମାନଙ୍କ କିଣା ତୁଳା କରୁଥିବା ବ୍ୟବସାୟୀ।
ବେଶ୍ୟାପରି ଏହିଭଳି ସ୍ତ୍ରୀ ଯିଏ ଶାରିରୀକ ସମ୍ବନ୍ଧ ପାଇଁ ଦାମ୍ ନିଏ।
ବଣିକ ଏହାର ଅର୍ଥ ଇସ୍ମାୟେଲ।
ବଳିଦାନ ପରମେଶ୍ୱରଙ୍କୁ ଏକ ଉପହାର। ସାଧାରଣତଃ ଏହା ଗୋଟିଏ ପଶୁ ଯାହାକୁ ହତ୍ୟା କରାଗଲା ଓ ବେଦୀ ଉପରେ ଦଗ୍ଧ କରାଗଲା।
ବହେମୋତ୍ ଏହା ଯେଉଁ ପଶୁ ବୋଲି ଆମ୍ଭେମାନେ ନିଶ୍ଚିତ ହୋଇ ନାହୁଁ। ଏହା ହୋଇପାରେ ଗୋଟିଏ ଜଳ ଘୋଟକ କିମ୍ବା ଗୋଟିଏ ହସ୍ତୀ।
ବଳସ୍ୱରୂପ ପରମେଶ୍ୱରଙ୍କ ନାମ ପାଇଁ ଦେଖାଇବା, ସେ ହେଉଛନ୍ତି ଶକ୍ତିର ନିରାପଦ ସ୍ଥାନ।
ବର୍ଚ୍ଛା ବର୍ଚ୍ଛା ଭୂମିକା ପରି ଏକ ହତିଆର।
ବାଟୁଳି ପଥର ଫିଙ୍ଗିବା ପାଇଁ ଏକ ଚମଡ଼ାର ଥଳି।
ବାଲ୍ ଏକ ଭଣ୍ଡ ଦେବତା ଯାହାକୁ କିଣାନୀୟ ଲୋକମାନେ ପୂଜା କରୁଥିଲେ।
ବାଲ୍-ବରୀତ ଏହି ଦେବତାର ନାମର ଅର୍ଥ “ଚୁକ୍ତିର ପ୍ରଭୁ।”
ବାଲ୍-ପରାସୀମ୍ ଏହି ନାମର ଅର୍ଥ “ସଦାପ୍ରଭୁ ଅତିକ୍ରମ କରନ୍ତି।”
ବରାଖା ଏହି ବାକ୍ୟର ଅର୍ଥ ହେଉଛି “ଆଶୀର୍ବାଦ” କିମ୍ବା “ପ୍ରଶଂସା।”
ବୋୟସ ହିବ୍ରୁରେ ବୋୟସର ଅର୍ଥ “ତାଙ୍କ ଭିତରେ ହିଁ ଶକ୍ତି।”
ବିଶେଷତ୍ୱ ବସ୍ତ୍ର ଯେତେବେଳେ ସେମାନେ ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ ମନ୍ଦିରକୁ ଗଲେ। ସେହି ସମୟରେ ଲୋକମାନେ ଏହି ବିଶେଷତ୍ୱ ବସ୍ତ୍ର ପିନ୍ଧିଥାନ୍ତି।
ବିଶ୍ରାମବାର ଶନିବାର, ବିଶ୍ରାମବାର ପାଇଁ ଏକ ବିଶେଷ ଦିନ ଓ ଯିହୂଦୀମାନଙ୍କ ପାଇଁ ଉପାସନା।
ବିଶେଷ ତୈଳ କିମ୍ବା “ସୁଗନ୍ଧ” ଏହାର ଅର୍ଥ ଯାଜକମାନଙ୍କୁ ଅଭିଷିକ୍ତ ପାଇଁ ବ୍ୟବହାର କରୁଥିବା ତୈଳ ହୋଇପାରେ। ଭବିଷ୍ୟ‌ଦ୍‌ବକ୍ତାଗଣ ଏବଂ ରାଜାଗଣ। ଦେଖନ୍ତୁ ଯାତ୍ରା 30:22-38
ବୋଖୀମ୍ ଏହି ନାମର ଅର୍ଥ ଲୋକମାନେ କ୍ରନ୍ଦନ କରୁଅଛନ୍ତି।
ବିଶେଷ ବିଶ୍ରାମ ଦିନ ଅର୍ଥାତ୍ ବିଶ୍ରାମ ଦିନ ହୁଏତ ଏହାର ଅର୍ଥ ଶନିବାର ହୋଇପାରେ ଅଥବା ଯେଉଁ ବିଶେଷ ଦିନରେ ଲୋକମାନେ କାର୍ଯ୍ୟ କରନ୍ତି ନାହିଁ।
ବିରୁଡ଼ି ବିରୁଡ଼ି ବା ମହୁମାଛି ପରି ବିନ୍ଧୁଥିବା ପୋକ। ହୁଏତ ଏହାର ଅର୍ଥ ପ୍ରକୃତ ବିରୁଡ଼ି ହୋଇପାରେ ଅଥବା ପରମେଶ୍ୱରଙ୍କର ଦୂତ ହୋଇପାରେ ଅଥବା ତାହାଙ୍କର ମହାନ୍ ଶକ୍ତି ହୋଇପାରେ।
ବେଦୀ ଏକ ମେଦ ଅର୍ଥାତ୍ ଉତ୍ଥିତ ସ୍ଥାନ ଯାହା ବଳିଦାନ ଉତ୍ସର୍ଗ ନିମନ୍ତେ ବ୍ୟବହୃତ ହୁଏ।
— ଭ —
ଭବିଷ୍ୟ‌ଦ୍‌ବକ୍ତା ପରମେଶ୍ୱରଙ୍କର ବାଣୀ ପ୍ରଚାର କରୁଥିବା ବ୍ୟକ୍ତି।
ଭୂତୁଡ଼ିଆ ଓ ଗୁଣିଆ ଜଣେ ବ୍ୟକ୍ତି, ଯିଏ ମୃତ ବ୍ୟକ୍ତିର ଆତ୍ମା ସହିତ ବାର୍ତ୍ତାଳାପ କରିଥାଏ।
ଭବିଷ୍ୟ‌ଦ୍‌ବକ୍ତା ପରମେଶ୍ୱରଙ୍କ ଦ୍ୱାରା କଥିତ ବିଶେଷ ସେବକ। ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ସେମାନଙ୍କ ମାଧ୍ୟମରେ ସ୍ୱପ୍ନ ଓ ଦର୍ଶନ ଦିଅନ୍ତି।
ଭୂତୁଡ଼ିଆ ଜଣେ ବ୍ୟକ୍ତି ଯିଏ ମୃତ ଲୋକମାନଙ୍କର ଆତ୍ମା ସହିତ କଥାବାର୍ତ୍ତା କରେ।
— ମ —
ମୁକ୍ତା ଏକ ବହୁମୂଲ୍ୟ ସୁବାସିତ ଅଠା।
ମନୁଷ୍ୟ ଏହି ନାମର ଅର୍ଥ “ଆଦମ” କିମ୍ବା “ଲୋକମାନେ।” ଏହା ଶାବ୍ଦିକ ଅର୍ଥ “ଭୂମି” କିମ୍ବା “ଲାଲ ମାଟି।”
ମି‌ସ୍‌ପା ଏହାର ଅର୍ଥ “ଜଗିବା ସ୍ଥାନରୁ।”
ମହନିୟମ ଅର୍ଥ “ଦୁଇଦଳ।”
ମନଃଶି ଏହାର ଅର୍ଥ “ବିସ୍ମୃତି।”
ମେଦ ଚର୍ବି, ପରମେଶ୍ୱରଙ୍କ ପାଇଁ ଉଦ୍ଧିଷ୍ଟ ଯାହାକୁ ପୋଡ଼ିବା ସମୟରେ ସୁଗନ୍ଧ ବାହାରେ।
ମୋଶା : ଏହା ଏକ ଏବ୍ରୀୟ ଶବ୍ଦ ଯାହାର ଅର୍ଥ ତଳୁ ଉପରକୁ ଉଠାଇବା କିମ୍ବା ଦୀର୍ଘତର କରିବା।
ମାରାଠାରେ ଏହି ନାମର ଅର୍ଥ “ତିକ୍ତ।”
ମିରୀବା ଏହି ନାମର ଅର୍ଥ “ବିଦ୍ରୋହ।”
ମଃସା ଏହି ନାମର ଅର୍ଥ “ପ୍ରଚେଷ୍ଠା”, “ଆବେଗ” ବା “ପରୀକ୍ଷା।”
ମହାପବିତ୍ର ସ୍ଥାନ ପବିତ୍ର ତମ୍ବୁ ଭିତରେ ଥିବା କୋଠରୀ ଯେଉଁଠାରେ ପବିତ୍ର ସିନ୍ଦୁକ ଥିଲା।
ମାରା ହିବ୍ରୁ ଅର୍ଥ “ତିକ୍ତ”
ମୁକ୍ତିକର୍ତ୍ତା ଅର୍ଥାତ୍ “କଷ୍ଟରୁ ମୁକ୍ତି ଦେଉଥିବା ବ୍ୟକ୍ତି।” ଜଣେ ବ୍ୟକ୍ତି ଯିଏ ମୃତ ବ୍ୟକ୍ତିର ପରିବାରର ଦେଖାଚାହାଁ କରେ। ସମୟ ସମୟରେ ଏହି ବ୍ୟକ୍ତି ଗରିବ ପରିବାରକୁ ଦାସତ୍ୱରୁ ମୁକ୍ତ କରିଥାଏ।
ମନୋନୀତ ରାଜା ଆକ୍ଷରିକ ଭାବରେ “ଅଭିଷିକ୍ତ ଜଣକ।”
ମଫୀବୋଶତ୍ ଏହି ଅନ୍ୟ ଜଣେ ଲୋକ ନାମ ଅଟେ, ଯୋନାଥନର ପୁତ୍ର ନୁହେଁ।
ମହାପବିତ୍ର ଗୃହ ଭିତର ପାର୍ଶ୍ୱର ଗୃହ, ଯେଉଁଠାରେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସ୍ଥାପିତ ହୋଇଥାଏ। ଏହାକୁ ମଧ୍ୟ “ପବିତ୍ରରୁ ମହାପବିତ୍ର” କୁହାଯାଏ। ଏହା ଆଧ୍ୟାତ୍ମିକ ସ୍ଥାନ ଯେଉଁଠାରେ ପରମେଶ୍ୱର ବାସ କରନ୍ତି ଓ ଆରାଧନା ଯୋଗ୍ୟ।
ମୀମାଂସାକ ପତ୍ର କ୍ଷୁଦ୍ର ଦଣ୍ଡଗୁଡ଼ିକ, ପ୍ରସ୍ତରଗୁଡ଼ିକ କିମ୍ବା ଅସ୍ତିର ଟୁକୁରାଗୁଡ଼ିକ ନିଷ୍ପତ୍ତି ନେବା ପାଇଁ ପଶାଖେଳରେ ବ୍ୟବହାର କଲେ।
ମୃତ୍ୟୁର ସ୍ଥାନ ଆକ୍ଷରିକ ଭାବରେ “ପ୍ରାଣ ଗର୍ତ୍ତର” ଯେଉଁ ସ୍ଥାନକୁ ଲୋକମାନେ ଯାଆନ୍ତି, ଯେତେବେଳ ସେମାନେ ମରନ୍ତି।
ମାନ୍ନା ଯେତେବେଳେ ଇସ୍ରାଏଲ ଲୋକମାନେ ଚାଳିଶ୍ ଦିନ ପର୍ଯ୍ୟନ୍ତ ମରୁଭୂମିରେ ଏଣେତେଣେ ବୁଲୁଥିଲେ, ସେତେବେଳେ ପରମେଶ୍ୱର ବିଶେଷ ଖାଦ୍ୟ ସେମାନଙ୍କ ନିମନ୍ତେ ପଠାଇଲେ।
ମୋଶା ଅର୍ଥାତ୍ ମନଃଶି।
ମୋୟାବ ଇସ୍ରାଏଲର ପୂର୍ବ ପଟେ ଥିବା ଗୋଟିଏ ଦେଶ।
ମୋଲକ୍ ଏକ ଭଣ୍ଡ ଦେବତା। ସମୟ ସମୟରେ ଲୋକମାନେ ଏହି ମୋଲକ୍ ଦେବତା ଉଦ୍ଦେଶ୍ୟରେ ସେମାନଙ୍କର ସନ୍ତାନମାନଙ୍କୁ ବଳିଦାନ କରିଥାନ୍ତି।
— ଯ —
ଯାକୁବ ଅର୍ଥ “ପଦାପହାରକ।”
ଯିହୂଦା : ଏହାର ଅର୍ଥ ସେ ପ୍ରଶଂସା ହୋଇଛନ୍ତି।
ଯୋଷେଫ ଏହାର ଅର୍ଥ ହେଉଛି “ସେ ଯୋଗ କରେ।”
‌ଯଜ୍ଞବେଦୀ ବଳି ପାଇଁ ଉଦ୍ଧିଷ୍ଟି ସ୍ଥାନ।
ଯଷ୍ଟି ଏକ ଛୋଟ ଲାଠି।
ଯିରୁଶାଲମର କୁମାରୀକନ୍ୟା ଏହା ଯିରୁଶାଲମ ପାଇଁ ଅନ୍ୟ ଏକ ଆଦର୍ଶସ୍ୱରୂପ ନାମ ଅଟେ।
ଯିଷ୍ରିୟେଲ ଏହି ନାମ ହିବ୍ରୁ ଅର୍ଥରେ “ପରମେଶ୍ୱର ବୀଜଗୁଡ଼ିକ ଲଗାଇଲେ।”
ଯୂନସ ସମ୍ଭବତଃ ପ୍ରାୟ ଏକ ଭବିଷ୍ୟ‌ଦ୍‌ବକ୍ତା ଦ୍ୱିତୀୟ ରାଜାବଳୀ 14:25 ପଦରେ ଉଲ୍ଲେଖ କରାଯାଇଛି।
ଯାଫୋ ଭୂମଧ୍ୟସାଗର ନିକଟରେ ଇସ୍ରାଏଲର ସମୁଦ୍ର ଉପକୂଳ ଉପରେ ନଗର ଅବସ୍ଥିତ।
ଯିଶୁରୁଣ ଏହା ଇସ୍ରାଏଲର ଅନ୍ୟ ଏକ ନାମ। ଏହି ନାମର ଅର୍ଥ “ଉତ୍ତମ” ବା “ସଚ୍ଚୋଟ।”
ଯିରୁବ୍ବାଲ୍ ଏବ୍ରୀୟ ଶବ୍ଦ ପରି ଯାହାର ଅର୍ଥ “ବାଲକୁ ସଂଘର୍ଷ କରିବାକୁ ଦିଅ।” ପଦରେ ସମାନ କ୍ରିୟା “ଜଣକର ପକ୍ଷ ନେବା” ଏବଂ ପ୍ରତିରକ୍ଷା।
ଯାଶେର ପୁସ୍ତକ ଇସ୍ରାଏଲର ଯୁଦ୍ଧ ବିଷୟରେ ପ୍ରାଚୀନ ପୁସ୍ତକ।
‌ଯଜ୍ଞବେଦୀର ଶିଙ୍ଗକୁ ଧରିବା ଏହା ଦର୍ଶାଏ ଯେ ସେ କ୍ଷମାଭିକ୍ଷା କରେ। ବ୍ୟବସ୍ଥା କହେ ଯେ ଯଦି ଜଣେ ବ୍ୟକ୍ତି ପବିତ୍ର ସ୍ଥାନକୁ ବୌଡ଼ି ପଳାଏ ଏବଂ ‌ଯଜ୍ଞବେଦୀର କୋଣରେ ଥିବା ଶିଙ୍ଗକୁ ଧରି ରହେ, ତେବେ ତାକୁ ଦଣ୍ଡିତ କରିବା ଉଚିତ୍ ନୁହେଁ।
ଯିଦୀଦିୟ ଏହି ନାମର ଅର୍ଥ “ସଦାପ୍ରଭୁ ଭଲ ପାଇଥିବା।”
ଯାଖୀନ୍ ହିବ୍ରୁରେ ପାଖୀ‌ନ୍‌ର ଅର୍ଥ “ସେ ସ୍ଥାପନ କଲେ।”
ଯିହୂଦା ଆକ୍ଷରିକ ଭାବରେ “ଇସ୍ରାଏଲ।”
ଯିହୋୟାହସ୍ ଏହାକୁ ମଧ୍ୟ ଉଚ୍ଚାରଣ କରାଯାଏ ଆହଜିଆ।
ଯାଃ ଏହା ହିବ୍ରୁରେ ପରମେଶ୍ୱରଙ୍କ ନାମ। ଏହା ହିବ୍ରୁ ନାମ ପରି ସାଧାରଣତଃ ଅନୁବାଦ କରାଯାଇଛି “ପ୍ରଭୁ।”
ଯାଶନିୟ ସେହି ସମୟରେ ସେ ରେଖବୀୟ ପରିବାରର ମୁଖ୍ୟ ଥିଲେ।
ଯୋଷେଫ ଏଠାରେ ଏହାର ଅର୍ଥ ଯୋଷେଫଙ୍କ ପରିବାର ଇସ୍ରାଏଲର ଲୋକମାନେ।
ଯୋଥମ୍ ଯିହୂଦାର ଜଣେ ରାଜା। ସେ ଖ୍ରୀପୂ. 740-735 ପର୍ଯ୍ୟନ୍ତ ଶାସନ କଲେ।
ଯୋବେଲ୍ ଏବ୍ରୀୟ ଶବ୍ଦ ଶିଙ୍ଗାରୁ ଆସିଛି, ଯାହାକି ଏ ସମୟରେ ଫୁଙ୍କାଯାଏ।
ଯୋୟାବ ଓ ଅବୀଶୟ ଅସାହେଲେ ଭ୍ରାତୃଗଣ, ଯାହାକୁ ଅବନର ହତ୍ୟା କରିଥିଲେ। ଦେଖନ୍ତୁ ପଦ 18।
— ର —
ରିହୋବୋତ୍ ଏହାର ଅର୍ଥ ହେଉଛି “ପ୍ରଶସ୍ତ ସ୍ଥାନ।”
ରୁବେନ୍ ଏହାର ଅର୍ଥ ହେଉଛି “ଏକ ପୁତ୍ରକୁ ଦେଖ।”
ରୁୟେଲ ତାଙ୍କୁ ଯିଥ୍ରୋ ବୋଲି ମଧ୍ୟ ଡକାଯାଏ।
ରୁହାମା ଏହି ନାମ ହିବ୍ରୁ ଅର୍ଥରେ “ଦୟା ପାତ୍ର।”
ରାହେଲ ଯାକୁବଙ୍କ ଦ୍ୱିତୀୟ ସ୍ତ୍ରୀ। ଏଠାରେ ଏହାର ଅର୍ଥ ସମସ୍ତ ସ୍ତ୍ରୀ ଲୋକମାନେ ବାବିଲ୍ ସହ ଯୁଦ୍ଧରେ ମରିଥିବା ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କ ପାଇଁ କ୍ରନ୍ଦନ କରୁଅଛନ୍ତି।
ରାଜା ଅଭିଷିକ୍ତ ପରମେଶ୍ୱରଙ୍କ ଦ୍ୱାରା ରାଜା, ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତା ହେବା ପାଇଁ ମନୋନୀତ ବୋଲି ଦର୍ଶାଇବାକୁ ଜଣେ ବ୍ୟକ୍ତି ମସ୍ତକରେ ଢଳା ଯାଇଥିବା ଜୀତ ତୈଳର ବିଧି।
ରଥ ନଗରମାନ ବିଶେଷ ଜାଗାରେ ଅଶ୍ୱ ଓ ରଥଗୁଡ଼ିକୁ ରଖୁଥିବା ସ୍ଥାନଗୁଡ଼ିକ ନଗରମାନ।
ରାଜଦଣ୍ଡ ଏକ ବିଶେଷ ଯଷ୍ଟି ଯାହା ରାଜା ନିଜ ହସ୍ତରେ ଧରିଥାନ୍ତି।
— ଲ —
ଲେୟା … କୋମଳ ଥିଲା ଲେୟା ସୁନ୍ଦରୀ ନ ଥିଲା ବୋଲି ବିବସ୍ତ୍ର ଭାବରେ କହିବାର ଏହା ଅର୍ଥ ହୋଇପାରେ।
ଲେବୀ ଏହାର ଅର୍ଥ “ଯୋଡ଼ି ହୋଇଥିବା କିମ୍ବା ସହଯୋଗ କରିବା।”
ଲବଣର ନିୟମ ଯେତେବେଳେ ଲୋକମାନେ ଏକତ୍ର ଲବଣ ଖାଆନ୍ତି, ଏହାର ଅର୍ଥ ଯେ ସେମାନଙ୍କର ବନ୍ଧୁତ୍ୱର ନିୟମ କେବେହେଲେ ଭାଙ୍ଗିବ ନାହିଁ। ଅବିୟ ଏଠାରେ କହୁଥିଲେ ଯେ ପରମେଶ୍ୱର ଦାଉଦଙ୍କ ସହିତ ଯେଉଁ ନିୟମ କଲେ ତାହା କେବେହେଲେ ଭାଙ୍ଗିବ ନାହିଁ।
ଲୋ-ରୁହାମା ଏହି ନାମ ହିବ୍ରୁ ଅର୍ଥରେ “ଅଦୟା ପାତ୍ରୀ।”
ଲୋ-ଆମୀ ଏହି ନାମ ହିବ୍ରୁ ଅର୍ଥରେ “ଆମ୍ଭର ଲୋକ ନୁହେଁ।”
ରେଖବୀୟ ବଂଶ ଯିହୋନାଦବଙ୍କ ବଂଶଧର ଏକ ଦଳ ଲୋକ ରେଖବର ପୁତ୍ର। ଏହି ପରିବାର ସଦାପ୍ରଭୁଙ୍କ ବିଶ୍ୱସ୍ତତା ଥିଲେ। ଦେଖନ୍ତୁ ଦ୍ୱିତୀୟ ରାଜାବଳୀ 10:15-28 ରେଖବର ପାଇଁ କାହାଣୀ।
ଲିବିୟାଥନ ଏହା ଯେଉଁ ପଶୁ ବୋଲି ଆମ୍ଭେମାନେ ନିଶ୍ଚିତ ହୋଇ ନାହୁଁ। ଏହା ହୋଇପାରେ ଗୋଟିଏ କୁମ୍ଭୀର କିମ୍ବା ସମୁଦ୍ରର ଗୋଟିଏ ଅସ୍ୱାଭାବିକ ଜୀବ।
ଲେବୀୟ ଲେବୀ ଗୋଷ୍ଠୀର ଲୋକମାନେ। ସେମାନେ ମନ୍ଦିରରେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ ଏବଂ ସରକାରୀ କାର୍ଯ୍ୟରେ ସାହାଯ୍ୟ କରୁଥିଲେ।
ଲୌହଶିଙ୍ଗ ଏଗୁଡ଼ିକ ମହାନ୍ ଶକ୍ତିର ପ୍ରତୀକ।
— ଶ —
ଶିମିୟୋନ ଶିମିୟୋନ ଗୋଟିଏ ହିବ୍ରୁ କ୍ରିୟାରୁ ଅଣାଯାଇଛି, ଏହାର ଅର୍ଥ “ଶୁଣିବାକୁ।”
ଶାପଗ୍ରସ୍ତ ହେଲା କୌଣସି ବସ୍ତୁ ବା ବ୍ୟକ୍ତି ପାଇଁ ଖରାପ ଆତ୍ମା କିନ୍ତୁ ସେ ତୁମ୍ଭ ଉପରେ କତ୍ତୃତ୍ତ୍ୱ କରିବ।
ଶେଥ ହିବ୍ରୁ ଶବ୍ଦ ଏହାର ଅର୍ଥ ଦେବା।
ଶୁଚିପତ୍ର ଯେଉଁ ପଶୁପକ୍ଷୀ ବଳି ବା ଭୋଜନ ପାଇଁ ପରମେଶ୍ୱରଙ୍କ ଦ୍ୱାରା ଅନୁମୋଦିତ ପଶୁପକ୍ଷୀ।
ଶୀଁଷା ଅନ୍ନର ଅଗ୍ରଭାଗ।
ଶିବା ଇସ୍ରାଏଲର ଦକ୍ଷିଣରେ ଯେଉଁଠାରେ ସାଉଦି ଆରବିଆ ଅଞ୍ଚଳରେ ଅବସ୍ଥିତ।
ଶୃଗାଳଗଣ ହିଂସ୍ର ଜନ୍ତୁ, କୁକୁର ପରି। ସେହି ଜନ୍ତୁଗୁଡ଼ିକ ଯେଉଁଠାରେ ଲୋକ ଶୂନ୍ୟ, ସେଠାରେ କେବଳ ବାସ କରନ୍ତି।
ଶମରିୟାର ପାପ ଶମରିୟାର ବାଛୁରୀ ଦେବତା।
ଶିଖିମଗଡ଼ ସମ୍ଭବତଃ ଏହା ଶିଖିମ ନିକଟସ୍ଥ ଏକ ସ୍ଥାନ। କିନ୍ତୁ ପ୍ରକୃତରେ ଏହା ନଗରର ଏକ ଅଂଶ ନୁହେଁ।
ଶମରିୟା ଏହା ଇସ୍ରାଏଲର ପ୍ରଧାନ ନଗରୀ, ଅରାମର ଶତ୍ରୁ ଥିଲା।
ଶିବାୟୀୟ ଲୋକ ମରୁଭୂମି ଅଞ୍ଚଳଠାରୁ ଗୋଟିଏ ଦଳ ଲୋକ। ସେମାନେ ଲୋକମାନଙ୍କୁ ଆଘାତ କଲେ ଓ ସେମାନଙ୍କର ଜିନିଷପତ୍ର ନେଇଗଲେ।
ଶାଲେମ ଏହା ଯିରୁଶାଲମର ଅନ୍ୟ ଏକ ନାମ। ଏହି ନାମର ଅର୍ଥ ହେଉଛି “ଶାନ୍ତି।”
ଶେକଲ ଏକ ଶେକଲ, ଆଉ‌ନ୍‌ସର 2/5 ମାଂଶ।
ଶେଶୟ, ଅହୀମାନ, ତଲୟ ହନୋକ ନାମକ ବ୍ୟକ୍ତିର ତିନି ପୁଅ। ସେମାନେ ରାକ୍ଷସ ଥିଲେ। ଦେଖନ୍ତୁ ଗଣନା 13:22।
ଶେଶବସର ଏହା ସମ୍ଭବତଃ ଜଣେ ମନୁଷ୍ୟର ନାମ ଯିରୁବାବିଲ, ଏହି ନାମର ଅର୍ଥ ହେଉଛି “ବାବିଲର ଶକ୍ତିଶାଳୀ” କିମ୍ବା “ସେ ବାବିଲ ଛାଡ଼ିଲେ” ଅରାମୀୟ ଭାଷାରେ ତାଙ୍କର ନାମ ଶେଶବସର।
— ସ —
ସାରୀ : ଅର୍ଥ “କୁଳୀନା”
ସାରା ଅର୍ଥ “ରାଣୀ”
ସିଟନା ଏହାର ଅର୍ଥ ହେଉଛି “ଶତ୍ରୁତା।”
ସବୂଲୂନ୍ ଏହାର ଅର୍ଥ ହେଉଛି “ସମ୍ମାନ।”
ସୁକ୍କୋତ ଅର୍ଥ “କୁଡ଼ିଆ”।
ସର୍ପ ଶୟତାନ, ବହୁରୂପି ସାପ, ଯାହାକୁ ସାଗରର ଦେଝ ଦିଆଯାଇଛି।
ସୁନ୍ନତ ପୁରୁଷମାନଙ୍କର ଲିଙ୍ଗାଗ୍ର ଛେଦନ।
ସାତୋଟା ହିବ୍ରୁ ଅର୍ଥ ଶପଥ ବା କଥାହେବା।
ସଜାତୋ ଅନୁମାନ କରିବା, ଦିବ୍ୟଜ୍ଞାନ ହେବା।
ସୁକ୍କୋତ ଯର୍ଦ୍ଦନ ନଦୀ ପାଖରେ ଏକ ସ୍ଥାନ, ଏହାର ଅର୍ଥ ତମ୍ବୁ ବା ଅସ୍ଥାୟୀ ଶିବିର।
ସାପନତ ପାନେହ, ଜୀବନ ରକ୍ଷାକାରୀ କିନ୍ତୁ ହିବ୍ରୁମାନଙ୍କ ମତରେ ଯିଏ ଗୁପ୍ତ ଶବ୍ଦର ବ୍ୟାଖ୍ୟା କରେ।
ସୈନ୍ୟଶ୍ରେଣୀଗଣ ଅର୍ଥାତ୍ “ବିଭାଗସବୁ।” ଏହା ଏକ ସାମରିକ ପରିଭାଷା ଯାହା ଦର୍ଶାଏ ଇସ୍ରାୟେଲ ଏକ ସୈନ୍ୟଦଳ ପରି ସଂଗଠିତ ହୋଇଥିଲା।
ସଦାପ୍ରଭୁଙ୍କର ସୈନ୍ୟସମୂହ ଇସ୍ରାଏଲର ଲୋକମାନେ।
ସଦାପ୍ରଭୁଙ୍କର ମହିମା ଏକ ଅବତାର ପରମେଶ୍ୱର ଲୋକମାନଙ୍କ ଆବିର୍ଭାବ ହେବା ସମୟରେ ବ୍ୟବହାର କରନ୍ତି। ଏହା ଏକ ଝଟକୁଥିବା ଉଜ୍ଜ୍ୱଳ ଆଲୋକ ସଦୃଶ।
ସମାଗମ ତମ୍ବୁ ପବିତ୍ର ତମ୍ବୁ ଯେଉଁଠାରେ ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଦର୍ଶନ କରିବାକୁ ଗଲେ।
ସୁନ୍ନତ ଅଗ୍ରଚର୍ମ କାଟିବା ବିଧିକୁ ବୁଝାଏ। ପ୍ରତ୍ୟେକ ଯିହୂଦୀ ବାଳକକୁ ଏହା କରାଯାଉଥିଲା। ଏହା ଏକ ଚିହ୍ନ ସ୍ୱରୂପ ଯାହା ଈଶ୍ୱର ଅବ୍ରହାମଙ୍କ ସହିତ କରିଥିଲେ। ଆଦିପୁସ୍ତକ 17:9-14
ସିପ୍ପୋରର ପୁତ୍ର ବାଲାକ୍ ତାଙ୍କ କଥା ପାଇଁ ଦେଖନ୍ତୁ ଗଣନା 22:24
ସିମ୍ରୀ ସିମ୍ରୀ ଜଣେ ବ୍ୟକ୍ତି ଯିଏକି ଏଲହା ଓ ବାଶାର ପରିବାରକୁ ବହୁତ ବର୍ଷ ପୂର୍ବରୁ ହତ୍ୟା କରିଥିଲା।
ସ୍ମରଣାର୍ଥକ ପ୍ରସ୍ତର ଯେଉଁ ପ୍ରସ୍ତର ସ୍ଥାପନ କରୁଥିଲେ, ତାହା ଲୋକମାନଙ୍କୁ ବିଶେଷ ସ୍ମରଣ କରିବା ପାଇଁ ସାହାଯ୍ୟ କରୁଥିଲା। ପ୍ରାଚୀନ କାଳରେ ଇସ୍ରାଏଲର ଲୋକମାନେ ବାରମ୍ବାର ଭଣ୍ଡ ଦେବତାମାନଙ୍କ ପୂଜା ସ୍ଥାନକୁ ସମ୍ଭବତଃ ବିଶେଷ ଦୃଷ୍ଟିରେ ପ୍ରସ୍ତର ସ୍ଥାପନ କରୁଥିଲେ।
ସିୟୋନ ଯିରୁଶାଲମର ଦକ୍ଷିଣ ପାର୍ଶ୍ୱର ପର୍ବତ ଉପରେ ଅବସ୍ଥିତ ବେଳେ ବେଳେ ଏହାର ଅର୍ଥ ପରମେଶ୍ୱରଙ୍କର ଲୋକମାନେ ଯିରୁଶାଲମରେ ବାସ କରୁଅଛନ୍ତି।
ସଦାପ୍ରଭୁଙ୍କ ଗୃହ ଯିରୁଶାଲମର ଅନ୍ୟ ଏକ ମନ୍ଦିରର ନାମ।
ସରୁବାବିଲ ସେ ମଧ୍ୟ ଶେଶବସର ନାମରେ କୁହାଗଲେ।
ସଦୋମ, ହମୋରା ସେହି ଦୁଇଟି ନଗର ପରମେଶ୍ୱର ଧ୍ୱଂସ କଲେ। କାରଣ ସେହି ଲୋକମାନେ ବହୁତ କୁକର୍ମୀ ଥିଲେ।
ସରାଫଗଣ ପରମେଶ୍ୱର ବାର୍ତ୍ତାବହ ଭାବରେ ବିଶେଷ ଦୂତଗଣ ବ୍ୟବହାର କରିଥାନ୍ତି। ଏହି ନାମର ଅର୍ଥ ହୋଇପାରେ ସେମାନେ ଅଗ୍ନିପରି ଉଜ୍ଜ୍ୱଳ ଥିଲେ।
ସିୟୋନର କନ୍ୟା ଯିରୁଶାଲମ ନଗର ପାଇଁ ନାମ।
ସଦାପ୍ରଭୁଙ୍କର ପଲ ଯିହୂଦାର ଲୋକମାନଙ୍କ ପାଇଁ ଏହା ହେଉଛି ଏକ ଆଦର୍ଶ ସ୍ୱରୂପ ନାମ।
ସେ ଆମ୍ଭେ ପରମେଶ୍ୱରଙ୍କ ପାଇଁ ଏହା ହିବ୍ରୁ ନାମ ପରି ଅଟେ। ଏହା ଦେଖାଯାଏ ପରମେଶ୍ୱର ଅନନ୍ତକାଳ ପାଇଁ ରହନ୍ତି। ଆଉ ସେ ତାଙ୍କର ଲୋକମାନଙ୍କ ସହ ସର୍ବଦା ବାସ କରନ୍ତି। ଦେଖନ୍ତୁ ଯାତ୍ରା 3:13-17
— ହ —
ହନୋକ ଯିହୋବାଃଙ୍କ ସହିତ ଗଲା।
ହୋମବଳି ପରମେଶ୍ୱରଙ୍କ ପାଇଁ ଉଦ୍ଧିଷ୍ଟ ବଳି।
ହର୍ମା ଏହି ନାମର ଅର୍ଥ “ସମ୍ପୂର୍ଣ୍ଣଭାବରେ ଧ୍ୱଂସ ହୋଇଗଲା” ଅର୍ଥାତ୍ ପରମେଶ୍ୱରଙ୍କୁ ଦିଆଯାଇଥିବା ଦାନ। ଦେଖନ୍ତୁ ଲେବୀ 27:28-29
ହାମ୍ ମିଶରୀୟମାନେ ହାମଙ୍କର ବଂଶଧରଗଣ ଥିଲେ। ଦେଖନ୍ତୁ ଆଦି 10:6-10
ହାର୍ଶିତ ଦ୍ୱାର ପ୍ରକୃତରେ ଏହି ଦ୍ୱାରର ଅବସ୍ଥାପନ ଜଣାଯାଏ, ଏହା ସମ୍ଭବତଃ ନଗରର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଥିଲା।
ହିନ୍ନୋମ ପୁତ୍ର ଉପତ୍ୟକା ଏହି ହିନ୍ନୋମ ପୁତ୍ରର ଉପତ୍ୟକା ଯିରୁଶାଲମର ଦକ୍ଷିଣ ଓ ପଶ୍ଚିମରେ ଅବସ୍ଥିତ ଥିଲା। ଏହି ଉପତ୍ୟକାରେ ବହୁତ ଶିଶୁ ଓ ୟୁବକ ସନ୍ତାନମାନଙ୍କୁ ଭଣ୍ଡ ଦେବତାମାନଙ୍କ ନିମନ୍ତେ ବଳି ଦିଆହୋଇଥିଲା।
ହୋଶେୟ ଅର୍ଥାତ୍ ଯିହୋଶୂୟ।
ହିଜକିୟ ଯିହୂଦାର ଜଣେ ରାଜା। ସେ ଖ୍ରୀ.ପୂ. 727-687 ପର୍ଯ୍ୟନ୍ତ ଶାସନ କଲେ।
ହୋମର ଆକ୍ଷରିକ ଭାବରେ “ଏକ ସ୍ତ୍ରୀ।”