13
ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକାରେ ଶୁଣେ, କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।
ଉତ୍ତମ ଲୋକମାନେ ସେମାନଙ୍କର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି, ମାତ୍ର ବିଶ୍ୱାସଘାତକ ଲୋକମାନେ ହିଂସାରୁ ଭୋଗ କରୋ
ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା’ର ଜୀବନ ରକ୍ଷା କରେ, ଯେ ଚିନ୍ତା ନ କରି କହେ ସେ ବିନାଶ ପ୍ରାପ୍ତ ହୁଏ।
ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା’ର ଇଚ୍ଛାନୁସାରେ ଫଳ ଭୋଗ କରେ।
ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ, ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।
ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ, ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ।
କେହି କେହି ଆପଣାକୁ ଧନୀ ବୋଲି ପରିଚୟ ଦିଅନ୍ତି। କିନ୍ତୁ ତା’ର କିଛି ନ ଥାଏ, ମାତ୍ର କେତେକଙ୍କର ଧନ ଥାଇ ମଧ୍ୟ ସେମାନେ ଦରିଦ୍ର ପରି ଆଚରଣ କରନ୍ତି।
ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ ସ୍ୱରୂପ, ମାତ୍ର ଦରିଦ୍ରଲୋକ ଧମକ ଶୁଣେ ନାହିଁ।
ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ୱଳ ପରି ଆଲୋକ ଦିଏ।
10 ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି।
11 ଅସତ୍ୟ ଉପାୟରେ ଅର୍ଜିଥିବା ଧନ ଧ୍ୱଂସ ପାଇବ, ମାତ୍ର ସତ୍ୟ ଅର୍ଜିତ ଧନ ବୃଦ୍ଧି ପାଇବ।
12 ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ, ମାତ୍ର ବାଞ୍ଛାର ସିଦ୍ଧିଜୀବନ ବୃକ୍ଷ ସ୍ୱରୂପ।
13 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ।
14 ଜ୍ଞାନୀ ଲୋକର ଶିକ୍ଷା ଜୀବନରେ ଝର ସ୍ୱରୂପ ଅଟେ, ସେ ମୃତ୍ୟୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।
15 ଜଣେ ମନୁଷ୍ୟ ଯିଏ ଭଲ ଉପଦେଶ ଦିଏ ଅନୁଗ୍ରହ ଲାଭ କରେ, କିନ୍ତୁ ପ୍ରତାରକଗଣ ସେମାନଙ୍କୁ ବିପର୍ଯ୍ୟୟକୁ ଆଗେଇ ନିଅନ୍ତି।
16 ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
17 ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ, ମାତ୍ର ବିଶ୍ୱସ୍ତ ଦୃଢ଼ ସ୍ୱାସ୍ଥ୍ୟଜନକ।
18 ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ। ମାତ୍ର ଯେ ଅନୁଯୋଗ ଗ୍ରହଣ କରେ, ସେ ମର୍ଯ୍ୟାଦା ପାଏ।
19 ବାଞ୍ଛା ସିଦ୍ଧି ପ୍ରାଣକୁ ଆନନ୍ଦ ଦିଏ। ଏବଂ ମନ୍ଦ ତ୍ୟାଗ କରିବା ମୂର୍ଖ ଲୋକ ପାଇଁ ଘୃଣାର ବିଷୟ।
20 ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହେବ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
21 ପାପୀମାନଙ୍କ ପଛରେ ମନ୍ଦ ଅନୁସରଣ କରେ, ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ।
22 ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।
23 ଯେଭଳି ଗରିବ ଲୋକ ତା’ର ଜମି ଗ୍ଭଷ କରେ ସେ ପ୍ରଚୁର ଶସ୍ୟ ପାଇପାରେ, କିନ୍ତୁ ଅନ୍ୟାୟ କାରଣରୁ ଏହା ବିନାଶ ହୁଏ।
24 ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ରେମ କରେ, ସେ ଯଥା ସମୟରେ ଶାସ୍ତି ପାଏ।
25 ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ।