ଯିରିମିୟଙ୍କୁ ବନ୍ଦୀଶାଳାରେ ରଖାଗଲା
37
ଅନନ୍ତର ଯିହୋୟାକୀ‌‌‌ମ୍‌‌‌ର ପୁତ୍ର କନୀୟର ପଦରେ ଯୋଶିୟର ପୁତ୍ର ସିଦିକିୟ ରାଜା ହୋଇ ରାଜତ୍ୱ କଲା। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା। ମାତ୍ର ରାଜା ସିଦିକିୟ କିଅବା ତାହାର ଦାସମାନେ କିଅବା ତାହାର ଦେଶବାସୀ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଲେ ନାହିଁ।
ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”
ସେତେବେଳେ ଯିରିମିୟ କାରାଗାରରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସାରେ ସ୍ୱାଧୀନ ଭାବରେ ଯାତାୟାତ କରୁଥିଲେ। ଆଉ ମଧ୍ୟ ସେହି ସମୟରେ ଫାରୋର ସୈନ୍ୟ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ଯିରୁଶାଲମ ଦଖଲ କରିଥିବା କ‌‌ଲ୍‌‌ଦୀୟମାନେ ଏ ସମ୍ବାଦ ଶୁଣି ଯିରୁଶାଲମରୁ ଗ୍ଭଲିଗଲେ।
ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ହେ ଯିହୁଖଲ ଓ ସିଫନିୟ, ଯିହୁଦାର ରାଜା ସିଦିକିୟ ଆମ୍ଭକୁ ପଗ୍ଭରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭେମାନେ ତାଙ୍କୁ ଯାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟମାନେ ଆସିଛନ୍ତି, ସେମାନେ ନିଜ ଦେଶ ମିଶରକୁ ଫେରିଯିବେ। ପୁଣି କ‌‌ଲ୍‌‌ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହାକୁ ଅଧିକାର କରି ଅଗ୍ନିରେ ଦ‌ଗ୍‌ଧ କରିବେ।’ ସଦାପ୍ରଭୁ ଏହି କଥା କହନ୍ତି, ‘କ‌‌ଲ୍‌‌ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଗ୍ଭଲିଯିବେ, ତୁମ୍ଭେମାନେ ଏହି କଥା କହି ନିଜକୁ ଭୁଲାଅ ନାହିଁ। “ବାବିଲର ସୈନ୍ୟ ନିଶ୍ଚୟ ଆମ୍ଭ ସହିତ ରହିବେ।” କାରଣ ସେମାନେ ଯିବେ ନାହିଁ। 10 ହେ ଯିରୁଶାଲମ ନିବାସୀ, ତୁମ୍ଭେମାନେ କ‌‌ଲ୍‌‌ଦୀୟର ସମୁଦାୟ ସୈନ୍ୟଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ୟମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।’”
11 ଯେତେବେଳେ କ‌‌ଲ୍‌‌ଦୀୟମାନେ ଫାରୋର ସୈନ୍ୟମାନଙ୍କ ଭୟରେ ଯିରୁଶାଲମରୁ ଗ୍ଭଲି ଯାଇଥିଲେ, 12 ସେ ସମୟରେ ଯିରିମିୟ ଆପଣା ଲୋକମାନଙ୍କଠାରୁ ଆପଣାର ପ୍ରାପ୍ୟ ଅଂଶ ପାଇବା ପାଇଁ ବିନ୍ୟାମୀନ ପ୍ରଦେଶକୁ ଯିବା ନିମନ୍ତେ ଯିରୁଶାଲମରୁ ବାହାରିଲେ। 13 କିନ୍ତୁ ଯେତେବେଳେ ଯିରିମିୟ ବିନ୍ୟାମୀନ ପ୍ରଦେଶର ନଗର ଦ୍ୱାରରେ ପହଞ୍ଚିଲେ, ସେତେବେଳେ ପ୍ରହରୀଗଣଙ୍କ ଅଧ୍ୟକ୍ଷ, ହନାନିୟର ପୌତ୍ର, ଶେଲିମିୟର ପୁତ୍ର, ଯିରିୟ ତାଙ୍କୁ ବନ୍ଦୀ କରି କହିଲା, “ତୁମ୍ଭେ ଆମ୍ଭମାନଙ୍କୁ ପରିତ୍ୟାଗ କରି କ‌‌ଲ୍‌‌ଦୀୟମାନଙ୍କ ପକ୍ଷ ନେଇଅଛ।”
14 ସେତେବେଳେ ଯିରିମିୟ କହିଲେ, “ଏହା ମିଥ୍ୟା କଥା, ମୁଁ କ‌‌ଲ୍‌‌ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ।” ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନେଇଗଲା। 15 ଆଉ ସେହି ଅଧିପତିମାନେ ଯିରିମିୟଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାରରେ ରଖିଲେ। କାରଣ ସେମାନେ ଯୋନାଥନ୍ ଗୃହକୁ କାରାଗାରରେ ପରିଣତ କରିଥିଲେ। 16 ସେହି ଲୋକମାନଙ୍କ ଦ୍ୱାରା ଯିରିମିୟ ଖଣାକାର କୋଠରୀରେ ବନ୍ଦୀ ହେଲେ ଓ କ୍ଷୁଦ୍ର କୋଠରୀରେ ଅନେକ ଦିନ ରହିଲେ।
17 ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?”
ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।” 18 ଆଉ ଯିରିମିୟ ସିଦିକିୟ ରାଜାଙ୍କୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି? 19 ଆପଣମାନେ ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବେ ନାହିଁ, ସେମାନେ ଏବେ କାହାନ୍ତି?’ 20 କିନ୍ତୁ ବର୍ତ୍ତମାନ ହେ ମୋର ପ୍ରଭୁ, ମହାରାଜ, ମୋର ଅନୁରୋଧ ରକ୍ଷାକରି ମୋର କଥା ଶ୍ରବଣ କରନ୍ତୁ, ଆପଣ ଯୋନାଥନ୍ ଲେଖକର ଗୃହକୁ ମୋତେ ପୁନର୍ବାର ପଠାନ୍ତୁ ନାହିଁ। ତାହାହେଲେ ସେଠାରେ ମୁଁ ମରିଯିବି। ମୁଁ ନିବେଦନ କରୁଛି, ମୋର ଏହି ଅନୁରୋଧ ଆପଣଙ୍କ ଛାମୁରେ ଗ୍ରାହ୍ୟ ହେଉ।”
21 ତେଣୁ ସିଦିକିୟ ରାଜାଙ୍କ ଆଜ୍ଞାନୁସାରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ। ପୁଣି ନଗରରେ ସବୁ ରୋଟୀ ଶେଷ ନ ହେବା ପର୍ଯ୍ୟନ୍ତ ରୋଟୀବାଲାଙ୍କ ପଲ୍ଲୀରୁ ଗୋଟିଏ ଲେଖାଏଁ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହି ପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।