ସ୍ୱପ୍ନ ବିଳାଷୀ ଯୋଷେଫ
37
ଯାକୁବ କିଣାନ ଦେଶରେ ବାସ କଲେ, ଯେଉଁ ସ୍ଥାନରେ ତାଙ୍କର ପିତା ବାସ କରିଥିଲେ। ଏହା ହେଉଛି ଯାକୁବଙ୍କ ପରିବାରର ଇତିହାସ।
ଯୋଷେଫଙ୍କୁ ଯେତେବେଳେ ସତରବର୍ଷ ହୋଇଥିଲା, ସେ ମେଣ୍ଢା ଓ ଛେଳି ଚରାଉଥିଲେ। ଯୋଷେଫ ଏହି କାର୍ଯ୍ୟ ତାଙ୍କ ଭାଇମାନଙ୍କ ସହିତ କରୁଥିଲେ। ସେ ତାଙ୍କ ପିତାଙ୍କ ସ୍ତ୍ରୀ ବିଲହା ଓ ସିଳ୍ପାର ପୁତ୍ରମାନଙ୍କର ସାହାଯ୍ୟକାରୀ ଥିଲେ। ଯୋଷେଫ ତାଙ୍କର ପିତାଙ୍କୁ ଭାଇମାନଙ୍କର କୁକର୍ମ ବିଷୟରେ ସବୁ ଜଣାଉଥିଲେ। ଯୋଷେଫ ତାଙ୍କ ପିତା, ଯାକୁବଙ୍କର ବାର୍ଦ୍ଧକ୍ୟ ସମୟରେ ଜନ୍ମ ହୋଇଥିଲେ। ତେଣୁ ଯାକୁବ ଯୋଷେଫଙ୍କୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷେଫଙ୍କୁ ଏକ ବିଶେଷ ବସ୍ତ୍ର ବା ଅଙ୍ଗରଖା ଦେଇଥିଲେ। ଯାହା ନାନା ରଙ୍ଗରେ ବର୍ଣ୍ଣିତ ଥିଲା। ଯୋଷେଫଙ୍କର ଭାଇମାନେ ଦେଖିଲେ ତାଙ୍କର ପିତା ସେମାନଙ୍କଠାରୁ ଯୋଷେଫକୁ ଅଧିକ ଭଲ ପାଉଛନ୍ତି। ତେଣୁ ସେମାନେ ଯୋଷେଫକୁ ଘୃଣା କଲେ ଓ ତା’ ସହିତ ସେମାନେ ଭଲଭାବରେ କଥାବାର୍ତ୍ତା କଲେ ନାହିଁ।
ଥରେ ଯୋଷେଫ ଏକ ସ୍ୱପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥିରେ ସେମାନେ ଯୋଷେଫକୁ ଅଧିକ ଘୃଣା କଲେ।
ଯୋଷେଫ କହିଲେ, “ମୁଁ ଦେଖିଥିବା ସ୍ୱପ୍ନଟି ଏହା ଏ ବିଷୟରେ ଶୁଣ। ଆମ୍ଭେ ସମସ୍ତେ କ୍ଷେତରେ କାର୍ଯ୍ୟ କରୁଥିଲୁ। ଆମ୍ଭେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମୋର ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମୋ’ ବିଡ଼ାକୁ ଗ୍ଭରିଆଡ଼େ ଘେରି ପ୍ରଣାମ କଲେ।”
ତାଙ୍କର ଭାଇମାନେ ତାଙ୍କୁ କହିଲେ, “ତୁ କ’ଣ ଭାବୁଛୁ, ରାଜା ହୋଇ ଆମ୍ଭମାନଙ୍କୁ ଶାସନ କରିବୁ?” ତା’ର ଭାଇମାନେ ଏହି ସ୍ୱପ୍ନର କଥା ଶୁଣି ତାଙ୍କୁ ଅଧିକ ଘୃଣା କଲେ।
ଏହା ପରେ ଯୋଷେଫ ଅନ୍ୟ ଏକ ସ୍ୱପ୍ନ ଦେଖିଲେ ଏବଂ ସେ ତାଙ୍କର ଭାଇମାନଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ। ଯୋଷେଫ କହିଲେ, “ସୂର୍ଯ୍ୟ, ଚନ୍ଦ୍ର ଏବଂ ଏଗାରଟି ତାରା ମୋ’ ସମ୍ମୁଖରେ ନତ ହେଲେ।”
10 ଯୋଷେଫ ତାଙ୍କର ସେହି ସ୍ୱପ୍ନର କଥା ତାଙ୍କ ପିତାଙ୍କୁ ମଧ୍ୟ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, “ଏ କି ପ୍ରକାର ସ୍ୱପ୍ନ? ତୁ କ’ଣ ଭାବୁଛୁ ମୁଁ, ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?” 11 ଯୋଷେଫଙ୍କର ଭାଇମାନେ ତାଙ୍କ ପ୍ରତି ବହୁତ ଈର୍ଷାପରାୟଣ ହେଲେ। କିନ୍ତୁ ଯୋଷେଫଙ୍କର ପିତା ଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ’ଣ ହୋଇପାରେ।
12 ଦିନେ ଯୋଷେଫଙ୍କର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ। 13 ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଶିଖିମକୁ ଯାଅ। ତୁମ୍ଭର ଭାଇମାନେ ସେଠାରେ ମେଣ୍ଢା ଚରାଉଛନ୍ତି।”
ଯୋଷେଫ ଉତ୍ତର ଦେଲେ, “ମୁଁ ସେଠାକୁ ଯିବି।”
14 ଯୋଷେଫଙ୍କର ପିତା କହିଲେ, “ଯାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲ ସବୁ କିପରି ଅଛନ୍ତି।” ତା’ପରେ ଫେରି ଆସ ଏବଂ ମୋତେ କୁହ। ତେଣୁ ଯୋଷେଫଙ୍କର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।
15 ଶିଖିମଠାରେ ଯୋଷେଫ ଏଣେ ତେଣେ କ୍ଷେତ୍ର ମଧ୍ୟରେ ବୁଲୁଥିବାର ଜଣେ ବ୍ୟକ୍ତି ଦେଖିଲେ। ସେହି ଲୋକଟି ପଗ୍ଭରିଲା, “ତୁମ୍ଭେ ଏଠାରେ କ’ଣ ଖୋଜୁଛ?”
16 ଯୋଷେଫ ଉତ୍ତର ଦେଲେ, “ମୁଁ ମୋର ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସେମାନେ ପଶୁପଲଙ୍କ ସହିତ କେଉଁଠାରେ ଅଛନ୍ତି?”
17 ଏହା ପରେ ସେହି ଲୋକଟି କହିଲା. “ସେମାନେ ଏଠାରୁ ଗ୍ଭଲିଗଲେଣି। ସେମାନେ କହୁଥିବାର ମୁଁ ଶୁଣିଛି, ଆସ ଦୋଥନକୁ ଯିବା।” ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନରେ ଯାଇ ସେମାନଙ୍କୁ ସାକ୍ଷାତ କଲେ।
ଯୋଷେଫଙ୍କୁ କ୍ରୀତଦାସ ରୂପେ ବିକ୍ରୀ
18 ଯୋଷେଫଙ୍କର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିବା ପୂର୍ବରୁ ସେମାନେ ତାକୁ ହତ୍ୟା କରିବାକୁ ଯୋଜନା କଲେ। 19 ଭାଇମାନେ ପରସ୍ପର କୁହା କୁହି ହେଲେ, “ହେଇ ଦେଖ, ସ୍ୱପ୍ନ ଦର୍ଶକ ଯୋଷେଫ ଆସୁଛି। 20 ଆସ ତାକୁ ହତ୍ୟାକରିବା ଏବଂ ଶୁଷ୍କ କୂଅରେ ପକାଇ ଦେବା। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା’ପରେ ଦେଖିବା ତା’ର ସ୍ୱପ୍ନର କ’ଣ ହେବ।”
21 କିନ୍ତୁ ରୁବେନ୍ ଏହା ଶୁଣିଲେ ସେ ଯୋଷେଫକୁ ସେମାନଙ୍କଠାରୁ ରକ୍ଷା କରିବାକୁ ଗ୍ଭହିଁଲେ। ରୁବେନ୍ କହିଲେ, “ତାକୁ ମାର ନାହିଁ। 22 କୌଣସି ରକ୍ତପାତ କର ନାହିଁ, ତାକୁ ଏକ ଜଙ୍ଗଲର ଶୁଷ୍କ କୂଅରେ ଫିଙ୍ଗିଦିଅ, କିନ୍ତୁ, ତୁମ୍ଭେମାନେ ନିଜେ ତାକୁ ଆଘାତ କର ନାହିଁ।” କାରଣ ତାକୁ ନ ମାରି ପିତାଙ୍କ ନିକଟକୁ ପଠାଇ ଦେବା ପାଇଁ ରୁବେ‌‌ନ୍‌‌ର ଯୋଜନା ଥିଲା। 23 ଯୋଷେଫ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କୁ ଆକ୍ରମଣ କରି ତାଙ୍କର ସେହି ଲମ୍ବା ସୁନ୍ଦର ରଙ୍ଗ ବେରଙ୍ଗର ପୋଷାକକୁ ଚିରି ପକାଇଲେ। 24 ଏହା ପରେ ତାକୁ ଏକ ଶୁଖିଲା କୂଅ ମଧ୍ୟରେ ପକାଇ ଦେଲେ।
25 ଯେତେବେଳେ ଯୋଷେଫ କୂପ ମଧ୍ୟରେ ଥିଲେ। ତା’ର ଭାଇମାନେ ଖାଇବାକୁ ବସିଲେ। ଏହା ପରେ ସେମାନେ ଦେଖିଲେ, ଏକ ବଣିକ ଦଳ ଗିଲିୟଦରୁ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁ‌ଗ୍‌ଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଛନ୍ତି। 26 ତେଣୁ ଯିହୁଦା ତା’ର ଭାଇମାନଙ୍କୁ କହିଲେ, “ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ୟା କରି ତା’ର ମୃତ୍ୟୁକୁ ଲୁଗ୍ଭଇଲେ ଆମ୍ଭର ଲାଭ କ’ଣ? 27 ଆସ ଏହି ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦେବା। ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ।” ତାଙ୍କର ଭାଇମାନେ ଏଥିରେ ରାଜି ହୋଇଗଲେ। 28 ଯେତେବେଳେ ମିଦିୟନୀୟ ବଣିକମାନେ ସେମାନଙ୍କ ନିକଟକୁ ଆସିଲେ, ଭାଇମାନେ ଯୋଷେଫଙ୍କୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରୌପ୍ୟ ମୁଦ୍ରାରେ ବିକ୍ରୀ କରିଦେଲେ। ସେହି ବଣିକମାନେ ତାଙ୍କୁ ମିଶରକୁ ନେଇଗଲେ।
29 ରୁବେନ୍ ତା’ର ଭାଇମାନଙ୍କ ସହିତ ନ ଥିଲା, ଯେତେବେଳେ ସେମାନେ ଯୋଷେଫଙ୍କୁ ବଣିକମାନଙ୍କ ମଧ୍ୟରେ ବିକ୍ରୀ କରିଥିଲେ। ଯେତେବେଳେ ରୁବେନ୍ ଆସିଲା ଓ ଦେଖିଲା ଯେ ତା’ର ଭାଇ ଯୋଷେଫ ସେହି କୂପ ମଧ୍ୟରେ ନ ଥିଲେ। ସେ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ଯେ, ତା’ର ପୋଷାକ ସବୁ ଚିରି ପକାଇଲା। 30 ରୁବେନ୍ ତା’ର ଭାଇମାନଙ୍କୁ ଯାଇ କହିଲା, “ଯୋଷେଫ ଆଉ କୂଅ ମଧ୍ୟରେ ନାହିଁ। ମୁଁ କ’ଣ କରିବି?” 31 ତା’ର ଭାଇମାନେ ଏକ ଛେଳି ମାରି ତା’ର ରକ୍ତରେ ଯୋଷେଫଙ୍କର ବସ୍ତ୍ରକୁ ବୁଡ଼ାଇ ଦେଲେ। 32 ଏହା ପରେ ସେମାନେ ସେହି ବସ୍ତ୍ରକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, “ଆମ୍ଭେ ଏହି ବସ୍ତ୍ର ପାଇଲୁ। ଏହା କ’ଣ ଯୋଷେଫଙ୍କର ବସ୍ତ୍ର?”
33 ତାଙ୍କ ପିତା ସେହି ବସ୍ତ୍ର ଦେଖି ତାହା ଯୋଷେଫର ବୋଲି ଜାଣିଲେ। ସେମାନଙ୍କର ପିତା କହିଲେ, “ହଁ ଏହା ଯୋଷେଫର ବସ୍ତ୍ର ଅଟେ। କୌଣସି ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ୟ ପଶୁ ମୋର ପୁତ୍ର ଯୋଷେଫକୁ ଚିରି ପକାଇଲା।” 34 ଏହା ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶେଷ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶୋକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ଯ୍ୟନ୍ତ ପୁତ୍ର ପାଇଁ ଶୋକ କଲେ। 35 ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ* ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।
36 ମିଦିୟନୀୟ ବଣିକମାନେ ଯୋଷେଫଙ୍କୁ ମିଶରରେ ବିକ୍ରି କଲେ। ସେମାନେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସେନାପତିଙ୍କଠାରେ ଯୋଷେଫକୁ ବିକ୍ରୟ କଲେ।
* 37:35 ମୋର ମୃତ୍ୟୁ … କରିବି “ମୁଁ ଦୁଃଖରେ ଶିୟୋଲରେ ମୋର ପୁତ୍ର ପାଖକୁ ଯିବି” (ମୃତ୍ୟୁର ସ୍ଥାନ)