ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି
22
ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହି ରକ୍ତପାତ ନଗରୀର ବିଗ୍ଭର କରିବ? ତେବେ ତାହାର ଘୃଣାଯୋଗ୍ୟ ସମସ୍ତ କ୍ରିୟା ଏହାକୁ ଜ୍ଞାତ କରାଅ। ଏବଂ ତୁମ୍ଭେ ଏହାକୁ କହିବ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି। ହେ ନଗରୀ, ଯିଏ ଏହା ମଧ୍ୟରେ ରକ୍ତପାତ କରେ, ସେ ତା’ର ନିଜର ଅବସାନ ଆଣେ ଏବଂ ଏହା ନିଜର ଶେଷ ଆଣେ ଯେ, ନିଜ ପାଇଁ ମୂର୍ତ୍ତି ତିଆରି କରେ, ତାହା ଏହାକୁ କଳୁଷିତ କରେ।
“‘ତୁମ୍ଭର ରକ୍ତପାତ ଯୋଗୁଁ ତୁମ୍ଭେ ଦୋଷୀ ହୋଇଅଛ ଓ ପୁଣି ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ତୁମ୍ଭେ ନିଜର ଅନ୍ତିମ ସମୟ ନିକଟବର୍ତ୍ତୀ କରାଇଅଛ। ଏବଂ ନିଜ ଆୟୁର ଶେଷ ଭାଗରେ ପହଞ୍ଚିଛ। ତେଣୁ ମୁଁ ତୁମ୍ଭକୁ ଜାତିଗଣ ନିକଟରେ ଉପହାସର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛି। ହେ କୁଖ୍ୟାତ ଓ କଳହ ପ୍ରିୟ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।
“‘ଆଉ, ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି। ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି। ତୁମ୍ଭେ ଆମ୍ଭ ପବିତ୍ର ବସ୍ତୁଗୁଡ଼ିକୁ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନଗୁଡ଼ିକୁ ଅପବିତ୍ର କରିଅଛ। ରକ୍ତପାତ କରିବାକୁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ଏଠାରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ ଉଚ୍ଚ ପର୍ବତରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ର ସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,
“‘ଏବଂ ଲୋକମାନେ ତୁମ୍ଭ ସହିତ ଅଛନ୍ତି, ଯିଏ ଶାରୀରିକ ପାପକର୍ମରେ ଅନ୍ତର୍ଭୁକ୍ତ ଅଟନ୍ତି। 10 ତୁମ୍ଭ ମଧ୍ୟରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ଯୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀରେ ଲୋକମାନେ ଅଛନ୍ତି, ଯିଏ ନାରୀମାନଙ୍କୁ ପାଶବିକ ଅତ୍ୟାଗ୍ଭର ଏମିତକି ସେମାନଙ୍କର ଋତୁସ୍ରାବ* ସମୟରେ ମଧ୍ୟ ଅତ୍ୟାଗ୍ଭର କରନ୍ତି। 11 ପୁଣି କେହି କେହି ନିଜ ପ୍ରତିବାସୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କେହି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କେହି ନିଜର ପିତୃକନ୍ୟା ଭଗିନୀକୁ ବଳାତ୍କାର କରିଛନ୍ତି। 12 “‘ତୁମ୍ଭମାନଙ୍କ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଛନ୍ତି। ତୁମ୍ଭେ ସୁଧ ନେଇ ଋଣ ଦେଇଅଛ ଏବଂ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ। ତୁମ୍ଭେ ମୋତେ ପାଶୋରି ଯାଇଅଛ।’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
13 “‘ମୁଁ ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦେବି। 14 ମୁଁ ଯେଉଁ ଦିନ ତୁମ୍ଭର ଶାସ୍ତି ବିଧାନ ପାଇଁ ବିଗ୍ଭର କରିବି, ସେଦିନ ତୁମ୍ଭର ହୃଦୟ ଓ ଶକ୍ତି ସହିପାରିବ କି? ମୁଁ ସଦାପ୍ରଭୁ ଏହା କହିଅଛି ଓ ଏହା ମୁଁ ସିଦ୍ଧ କରିବି। 15 ଏବଂ ମୁଁ ଅନ୍ୟାନ୍ୟ ଜାତିଗଣ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବି ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବି। ଏବଂ ଏହି ନଗରରୁ ଅପବିତ୍ରତା ସମ୍ପୂର୍ଣ୍ଣ ଭାବରେ ଦୂର କରିବି। 16 କିନ୍ତୁ ହେ ଯିରୁଶାଲମ, ତୁମ୍ଭେ ସମସ୍ତ ଜାତିଗଣ ସାକ୍ଷାତରେ ନିଜ କର୍ମ ଯୋଗୁଁ ଅପବିତ୍ର ହେବ। ତାହାହେଲେ ମୁଁ ଯେ ସଦାପ୍ରଭୁ ଏହା ତୁମ୍ଭେ ଜାଣିବ।’”
ଇସ୍ରାଏଲ ଏକ ମୂଲ୍ୟହୀନ ଖାଦ ସଦୃଶ
17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି। ସେ ସମସ୍ତ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି। ସେମାନେ ରୂପାର ଖାଦ ସ୍ୱରୂପ। 19 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୁଶାଲମର ମଧ୍ୟରେ ଏକତ୍ର କରିବା। 20 ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି। ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେ ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା। 21 ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧାଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭେମାନେ ତରଳି ଯିବ। 22 ଯେପରି ରୂପା ଗୋଟିଏ ଉହ୍ମାଇରେ ତରଳା ହୋଇଥାଏ ମୁଁ ତୁମ୍ଭଙ୍କୁ ନଗରରେ ତରଳାଇବି। ତେଣୁ ତୁମ୍ଭେମାନେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ପ୍ରକାଶ କରିଛି।’”
ଯିହିଜିକଲ ଯିରୁଶାଲମ ବିପକ୍ଷରେ କହନ୍ତି
23 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 24 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଶକୁ କୁହ, ତୁମ୍ଭେ ଏକ ଦେଶ ଯାହାକୁ କେବେ ପବିତ୍ର କରାଯାଇ ନାହିଁ। ସେଠାରେ ବର୍ଷା ଅସରାଏ ହୋଇ ନାହିଁ। 25 ତାହାର ଭବିଷ୍ୟ‌ଦ୍‌ବକ୍ତାମାନେ ସେଠାରେ ଚକ୍ରାନ୍ତ କରିଛନ୍ତି। ସେମାନେ ପ୍ରାଣୀମାନଙ୍କୁ ହତ୍ୟା କରିବାକୁ ଉତ୍ସୁକ ଗର୍ଜନକାରୀ ସିଂହ ସଦୃଶ। ସେମାନେ ଲୋକମାନଙ୍କୁ ଶୋଷଣ କରନ୍ତି, ସେମାନେ ମୂଲ୍ୟବାନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।
26 “ଯାଜକମାନେ ମୋର ବ୍ୟବସ୍ଥା ଅବମାନନା କରିଛନ୍ତି ଓ ସେମାନେ ମୋର ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସେମାନେ ପବିତ୍ର ଓ ଅପବିତ୍ର ମଧ୍ୟରେ କିଛି ପ୍ରଭେଦ ରଖି ନାହାନ୍ତି, ସେମାନେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷୟରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସେମାନେ ମୋର ବିଶ୍ରାମ ଦିନଗୁଡ଼ିକ ହେୟଜ୍ଞାନ କରନ୍ତି। ଏବଂ ମୁଁ ସେମାନଙ୍କ ପାଖରେ ନିକୃଷ୍ଟ ହୋଇଛି।
27 “ତା’ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।
28 “ଭବିଷ୍ୟ‌ଦ୍‌ବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସେମାନେ ମିଥ୍ୟା ଦର୍ଶନ ପାଆନ୍ତି ଓ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ କରି କହନ୍ତି, ‘ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି,’ ଯେତେବେଳେ ସଦାପ୍ରଭୁ କିଛି କହି ନ ଥା’ନ୍ତି।
29 “ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ୟାଗ୍ଭର କରନ୍ତି ଓ ଗ୍ଭେରି କରନ୍ତି, ସେମାନେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସେମାନେ ବିଦେଶୀମାନଙ୍କୁ ସେମାନଙ୍କ ମଧ୍ୟରେ ବସବାସ କରୁଥିବା ନ୍ୟାୟରୁ ବଞ୍ଚିତ କରି ଅତ୍ୟାଗ୍ଭର କରନ୍ତି।
30 “ପୁଣି ଦେଶ ଯେପରି ବିନଷ୍ଟ ନ ହେବ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶ ସପକ୍ଷରେ ଠିଆ ହେବ, ଏପରି ଏକ ଲୋକକୁ ଆମ୍ଭେ ଅନ୍ୱେଷଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ। 31 ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି
* 22:10 ତୁମ୍ଭେ … ଋତୁସ୍ରାବ ତାହା ସେମାନେ କେବଳ ନିଷ୍ଠୁର ନ ଥିଲେ କିନ୍ତୁ ସେମାନେ ମଧ୍ୟ ପରମେଶ୍ୱରଙ୍କର ଆଜ୍ଞା ଭଙ୍ଗ କଲେ।